fbpx

ଖେଳ ବ୍ୟତୀତ ରୋଜଗାରରେ ବି ନମ୍ବର ୱାନ୍ ପିବି ସିନ୍ଧୁ, ଗୋଟିଏ ଦିନରେ କମାଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ଖିଲାଡୀ ପିବି ସିନ୍ଧୁ ଟୋକିଓ ଅଲିମ୍ପିକ୍ ରେ କାଂସ୍ୟ ପଦକ ଜିତିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଲଗାତର ଦୁଇଟି ଅଲିମ୍ପିକ୍ ପଦକ ଜିତିଥିବା ଭାରତର ପ୍ରଥମ ମହିଳା ଖିଲାଡୀ ହୋଇଯାଇଛନ୍ତି ସିନ୍ଧୁ । ଅଲିମ୍ପିକ୍ ରେ ଭାରତର ସବୁଠାରୁ ସଫଳ ଖିଲାଡୀ ହେଉଚି ପିବି ସିନ୍ଧୁ । ଏ କ୍ଷେତ୍ରରେ ସେ ତାଲିକାରେ ନମ୍ବର ୱାନ୍ ରେ ରହିଛନ୍ତି । ଫୋର୍ବସ୍ ରେ ସବୁଠାରୁ ଅଧିକ ରୋଜଗାର କରୁଥିବା ୧୫ ଜଣ ମହିଳାଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି ସିନ୍ଧୁ ।

ବିଶ୍ୱରେ ୨୦୧୯ରେ ତାଙ୍କର ର୍ୟାଙ୍କିଙ୍କ୍ ୧୩ରେ ରହିଥିବା । ସେ ଜଣେ ସଫଳ ଖେଳାଳୀ ସହିତ ରୋଜଗାର କ୍ଷେତ୍ରରେ ବି ନିଜକୁ ନମ୍ବର ୱାନ୍ ରେ ରଖିଛନ୍ତି । ୨୦୧୯ରେ ଫୋର୍ବସ୍ ରିପୋର୍ଟ ଅନୁସାରେ, ସିନ୍ଧୁ ୫୫ ଲକ୍ଷ ଡଲାର୍ ଅର୍ଥାତ୍ ୩୯ କୋଟି ଟଙ୍କା କେବଳ ବିଜ୍ଞାପନ ଓ ଟୁର୍ଣ୍ଣାମେଣ୍ଟରେ ଜିତିଥିବା ପୁରସ୍କାର ଟଙ୍କା ହିସାବରେ କମାଇଥିଲେ ।

ସେହି ସମୟରେ ସିନ୍ଧୁ ବିଜ୍ଞାପନ ପାଇଁ ଗୋଟିଏ ଦିନରେ ୧ କୋଟିରୁ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଥିଲେ । ୨୦୧୯ରେ ତାଙ୍କର ବାର୍ଷିକ ଆୟ ୪୦ କୋଟି ଟଙ୍କା ଥିବା ବେଳେ ୨୦୨୦ରେ ଏହା ବଢ଼ି ୫୫ କୋଟି ଟଙ୍କା ହୋଇଥିଲା । ତାଙ୍କ ସମ୍ପତ୍ତିର ମୁଲ୍ୟ ପ୍ରାୟ ୭୨ କୋଟି ହେବ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି ।

ତେବେ ସ୍ପୋର୍ଟସ୍ ୱେବସାଇଟ୍ ର ଏକ ରିପୋର୍ଟ ମୁତାବକ, ବିଜ୍ଞାପନ ଜରିଆରେ ଟଙ୍କା ରୋଜଗାର କରିବା ମାମଲାରେ ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ୍ ବିରାଟ କୋହଲିଙ୍କ ଠାରୁ ପଛରେ ରହିଛନ୍ତି ସିନ୍ଧୁ । ସେ ବ୍ୟାଙ୍କ ଅଫ୍ ବରୋଦା, ବ୍ରିଜଷ୍ଟୋନ୍, ଜେବିଏଲ୍, ପାନାସୋନିକ୍ ଭଳି ବଡ଼ ବଡ଼ ବ୍ରାଣ୍ଡର ବିଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.