fbpx
BSKY
BJD SHG SKY
BJD YOUTH SKY

କରୋନା କାଳରେ ଆମେରିକାରେ ବ୍ୟାପୁଛି ଆରଏସ ଭାଇରସ୍, ଶିଶୁ ହେଉଛନ୍ତି ଶିକାର

ୱାଶିଂଟନ୍: କରୋନା ଭାଇରସର ବଢୁଥିବା ମାଲା ମଧ୍ୟରେ ଆମେରିକାରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । କରୋନା କାଳରେ ଆରଏସ ଭାଇରସ୍ ଏଣ୍ଟ୍ରି ମାରିଛି । ଅତ୍ୟଧିକ ସଂକ୍ରାମକ ଏହି ରୋଗ ୨ ସପ୍ତାହରୁ ୧୭ ବର୍ଷ ବୟସର ପିଲାଙ୍କୁ ଶିକାର କରୁଛି । ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଯଦି ପିଲାଙ୍କଠାରେ କୋଭିଡ ମାମଲା ବଢ଼େ, ତେବେ କ’ଣ କରାଯିବ ବୋଲି ବିଶେଷଜ୍ଞମାନେ ଚିନ୍ତାରେ ଅଛନ୍ତି ।

ରିପୋର୍ଟ ଅନୁସାରେ, ଆରଏସଭିର ମାମଲା ଧିରେ ଧିରେ ବଢ଼ିଥିଲା, କିନ୍ତୁ ପୂର୍ବ ମାସରେ ସଂକ୍ରମଣ ମାମଲା ଅଧିକ ବଢ଼ିଛି । ଆରଏସଭିର ଶିକାର ହେଲେ ନାକରୁ ପାଣି, ଖାସ, ଛିଙ୍କ, ଓ ଜ୍ୱର ଭଳି ଲକ୍ଷଣ ଦେଖାଯିବ । ନିକଟରେ ନବଜାତ ଶିଶୁ ଓ କୋଭିଡରେ ପୀଡିତ କିଶୋରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଛି । ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଧୀର ଟିକାକରଣ ଯୋଗୁଁ ଅନେକ ରାଜ୍ୟରେ ମାମଲା ବୃଦ୍ଧି ପାଉଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.