fbpx

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଲାଲୁଙ୍କ ପାର୍ଟି ସଦସ୍ୟ

ବିହାର,୧୬ ।୨: ବିହାରରେ ବିଧାନସଭା ନିର୍ବାଚନକୁ ଆଉ ୬-୮ ମାସ ରହିଛି । କିନ୍ତୁ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ସେଠାରେ ରାଜନୀତି ବଦଳିବାରେ ଲାଗିଛି । ଏପରି କି, ବିହାର ରାଜନୀତିରେ ଗାଳି ଓ ପରସ୍ପରକୁ ଅପଶବ୍ଦ କହିବା ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ଆରଜେଡି ଉପରେ କ୍ଷୋବ୍ଧ ପ୍ରକାଶ କରିଛନ୍ତି ।

ତେବେ ୨୩ ଫେବ୍ରୁଆରୀରୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ନେତା ଓ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ସମଗ୍ର ବିହାରରେ ବେରୋଜଗାର ହଟାଅ ରଥ ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ପାଇଁ ଏକ ଲଗଜରି ବସକୁ ରଥର ରୁପ ଦିଆଯାଇଛି, ଯେଉଁଥିରେ ତେଜସ୍ୱୀ ସମଗ୍ର ବିହାର ବୁଲିବେ । ଏହି ବସକୁ ନେଇ ବିବାଦ ଆରମ୍ଭ ହୋଇଛି ।

ସତ୍ତାଧାରୀ ପାର୍ଟି ଜେଡିୟୁ ନେତା ଓ ମନ୍ତ୍ରୀ ନୀରଜ କୁମାର ଗୋଟିଏ ଦିନ ପୂର୍ବରୁ ଦସ୍ତାବିଜ ଦେଖାଇ ରଥଯାତ୍ରା ବସକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ଜବାବ ଦେଇ ଆରଜେଡି ଅଧିକାରୀ ଜେଡିୟୁ ନେତାଙ୍କୁ ପାଳିତ କୁକୁର ସହ ତୁଳନା କରିବା ସହ ଟ୍ୱିଟରେ କହିଥିଲେ ଯେ, ନୀତିଶଙ୍କ ପାଳିତ କୁକୁର କେଉଁ ଉଦ୍ଦେଶ୍ୟରେ ଭୁକୁଛନ୍ତି ? ତେବେ କେଉଁମାନେ ପାଳିତ କୁକୁର ତାହା ବିହାରର ସାମ୍ବାଦିକମାନେ ଜାଣିଛନ୍ତି ।’

Get real time updates directly on you device, subscribe now.