fbpx

ଉତ୍ତର ପ୍ରଦେଶ ମହାରାଜଗଞ୍ଜରୁ ୬୮୬ କୋଟିର ନିଶା ଔଷଧ ଜବତ

ଗୁରୁବାର ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଥୁତିବାରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ୬୮୬ କୋଟିର ନିଶା ଔଷଧ ଜବତ ହୋଇଛି । ଅଭିଯୁକ୍ତ ରମେଶ କୁମାର ଗୁପ୍ତା ଗିରଫ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତ ଗୋବିନ୍ଦ ଗୁପ୍ତା ଫେରାର ହୋଇଯାଇଛି ।

ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ସଶସ୍ତ୍ର ସୀମା ବଳ(ଏସଏସବି) ମିଳିତ ଭାବରେ ଚଢ଼ଇ କରି ଏହି ନିଶା ଔଷଧ ଜବତ କରିଛନ୍ତି । ଚଢ଼ଉ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଏସବି କମାଣ୍ଡାଣ୍ଟ ମନୋଜ ସିଂହ । ସେ କହିଛନ୍ତି ଯେ ଏହା ଏକ ମିଳିତ ଅପରେସନ ଥିଲା, ସ୍ଥାନୀୟ ପୋଲିସ ଏବଂ ଡ୍ରଗ ଇନସ୍ପେକ୍ଟରଙ୍କ ମିଳିତ ଭାବରେ ଏହି ଚଢ଼ଉ କରାଯାଇଥିଲା । ୬୮୬ କୋଟି ଟଙ୍କାର ନିଶା ଔଷଧ ଜବତ ହୋଇଛି । ସେଥିମଧ୍ୟରୁ କିଛି ସ୍ଥାନୀୟ ମେଡିସିନ ଷ୍ଟୋରରେ ବିକ୍ରି କରାଯାଇଛି । ଏହା ସହ କିଛି ନିଶା ଔଷଧକୁ ନେପାଳକୁ ମଧ୍ୟ ଚାଲାଣ ହୋଇଛି ।

ପୋଲିସ ଏସପି ପ୍ରଦୀପ ଗୁପ୍ତା କହିଛନ୍ତି ଯେ ଘଟଣା ସ୍ଥଳରୁ ଇଞ୍ଜେକସନ, ସିରପ, କ୍ୟାପସୁଲ, ଟ୍ୟାବଲେଟ ଜବତ ହୋଇଛି ଏବଂ ଅଭିଯୁକ୍ତଙ୍କ ନାମରେ କେସ ରୁଜୁ ହୋଇଛି । ଅଭିଯୁକ୍ତ ରମେଶ କୁମାର ଗୁପ୍ତାଙ୍କ ଘର ତଥା ଗୋଦାମ ସିଜ କରାଯାଇଛି । ଆଇପିସିର ଧାରା ୪୧୯, ୪୨୯, ୪୬୭ ଏବଂ ୪୭୧ ରୁଜୁ ହୋଇଛି ।

Get real time updates directly on you device, subscribe now.