fbpx

PORN ଫିଲ୍ମ ପାଇଁ ନେଉଥିଲେ ଏତିକି ଟଙ୍କା; ଅଭିନେତ୍ରୀ କଲେ ଖୁଲାସା

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ର୍ୟାକେଟରେ ଦିନକୁ ଦିନ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଅଡୁଆ । ଜଣକ ପରେ ଜଣେ ଅଭିନେତ୍ରୀ ମୁହଁ ଖୋଲୁଥିବା ବେଳେ କୁନ୍ଦ୍ରା ଧୀରେ ଧୀରେ ପର୍ଣ୍ଣ ଦୁନିଆର ବୁଢିଆଣୀ ଜାଲରେ ଫସିବାରେ ଲାଗିଛନ୍ତି । ଏହି ପର୍ଣ୍ଣ ଫିଲ୍ମ ଗୁଡିକ ମାତ୍ର ୬ ଘଣ୍ଟା ସମୟ ମଧ୍ୟରେ ସୁଟିଂ ହେଇ ଯାଉଥିଲା । ମଡ ଆଇଲାଣ୍ଡରେ ଏଥିପାଇଁ ଏକ ବଙ୍ଗଳା ଭଡାରେ ନିଆ ଯାଇଥିବା ମଧ୍ୟ କିଛି ଅଭିନେତ୍ରୀ ସ୍ୱୀକାର କରିଛନ୍ତି । ଏହା ସହିତ ଗୋଟିଏ ଅଶ୍ଲୀଳ ଫିଲ୍ମ ପାଇଁ ଅଭିନେତ୍ରୀ ମାନେ ୬୦ରୁ ୯୦ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ଲକଡାଉନ ସମୟରେ ଏହି କାରବାର ଅଧିକ ବଢିଥିବା ନେଇ ଅଭିନେତ୍ରୀ ମାନେ ସୂଚନା ଦେଇଛନ୍ତି । ଏହି ଅଭିନେତ୍ରୀ ମାନେ ପର୍ଣ୍ଣ ଫିଲ୍ମ ଜରିଆରେ ୫ କୋଟିରୁ ଅଧିକ ଆୟ କରିଥିବା ଜଣାପଡିଛି । ପୂର୍ବରୁ ଏହି ମାମଲାରେ ଗେହନା ବଶିଷ୍ଠ ଓ ଶେର୍ଲିନ ଚୋପ୍ରାଙ୍କ ନାମ ଆସିଥିବା ବେଳେ ବର୍ତ୍ତମାନ ଆଉ କିଛି ଅଭିନେତ୍ରୀ ରାଜଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । କିଛି ଦିନ ପୂର୍ବରୁ କୋଲକାତାରୁ ଗିରଫ ହୋଇଥିବା ନାନ୍ସି ଭାବି ଏହି ସମୟରେ ୫ କୋଟି ଟଙ୍କା ଆୟ କରିଛନ୍ତି । ନାନ୍ସି ଉର୍ଫ ସାଗରିକା ସୋନା ସୁମନଙ୍କ ବ୍ୟତିତ ଜୋୟା ରାଠୋଡ, ଟିନା ନନ୍ଦୀ ଓ ନନ୍ଦିତା ଦତ୍ତଙ୍କ ପରି ଅଭିନେତ୍ରୀଙ୍କ ବୟାନକୁ ନେଇ ଅଡୁଆରେ ପଡିଛନ୍ତି ରାଜ କୁନ୍ଦ୍ରା । ଏହା ବ୍ୟତିତ ଅନଲାଇନ ଶୋ ଓ ସବସ୍କ୍ରିପସନ ଜରିଆରେ ମଧ୍ୟ ରାଜ କୁନ୍ଦ୍ର କୋଟି କୋଟି ଟଙ୍କା ଆୟ କରୁଥିବା ଅଭିନେତ୍ରୀ ମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.