fbpx

କମିପାରେ କୋଭିସିଲ୍ଡ ଭାକ୍ସିନର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ, ୪୫ ବର୍ଷରୁ ଅଧିକ ଆୟୁ ବର୍ଗଙ୍କୁ ମିଳିବ ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ ଶୀଘ୍ର କୋଭିସିଲ୍ଡ ଭାକ୍ସିନର ଦୁଇଟି ଡୋଜର ଅବଧିକୁ କମ କରିପାରନ୍ତି । ତେବେ ଏହା କେବଳ ୪୫ ବର୍ଷ ଏବଂ ଏହାଠାରୁ  ଅଧିକ ବର୍ଗର ବ୍ୟକ୍ତିଙ୍କ ପାଇଁ ହେବାକୁ ଯାଉଛି । କୋଭିଡ-୧୯ କାର୍ଯ୍ୟକାରୀ ୱାର୍କିଂ ଗ୍ରୁପ ଚେୟାରମ୍ୟାନ ଡା. ଏନ. କେ ଅରୋରା ଏକ ସାକ୍ଷାତକାରରେ ଏନେଇ ଦୁଇରୁ ଚାରି ସପ୍ତାହ ମଧ୍ୟରେ ନିଷ୍ପତ୍ତି ହୋଇପାରେ । ରିପୋର୍ଟ ଅନୁଯାୟୀ ଏହା ଉପରେ ଶେଷ ନିଷ୍ପତ୍ତି ବୈଜ୍ଞାନିକ ପ୍ରମାଣ ଆଧାରରେ ନିଆଯିବ ।

ସବୁ ବୟସ୍କଙ୍କ ପାଇଁ କୋଭିସିଲ୍ଡ ଭାକ୍ସିନର ଉଭୟ ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହ ରହିଛି । ଭାକ୍ସିନ କାର୍ଯ୍ୟକ୍ରମ ଆରମ୍ଭରେ ଏହା ୪-୬ ସପ୍ତାହ ପର୍ଯ୍ୟନ୍ତ ଥିଲା । ଯାହାକୁ ୪-୮ ସପ୍ତାହ ଏବଂ ପୁଣି ୧୨-୧୬ ସପ୍ତାହ କରାଯାଇଥିଲା ।
ଏହି ବ୍ୟବଧାନକୁ ୧୨-୧୬ ସପ୍ତାହ କରାଯିବାକୁ ନେଇ ବିବାଦ ଦେଖାଦେଇଥିଲା । ସେତେବେଳେ ଏହାକୁ ଭାକ୍ସିନ ଅଭାବ ଲୁଚାଇବା ପାଇଁ କୁହାଯାଇଥିଲା । ସେପଟେ ବିଶେଷଜ୍ଞ ଦାବି କରିଥିଲେ ଯେ ଅନ୍ତରାଷ୍ଟ୍ରୀୟ ବୈଜ୍ଞାନିକ ଅଧ୍ୟୟନ ଉପରେ ଆଧାରିତ ଥିଲା ଯେଉଁଥିରେ ଏହା ପରାମର୍ଶ ଦିଆଯାଇଥିଲା ଯେ ଭାକ୍ସିନର ଡୋଜ ମଧ୍ୟରେ ବ୍ୟବଧାନ ଦିଆଯିବା ଦ୍ୱାରା ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଭାରତୀୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଟିକାକରଣ ସ୍ଥିତି ବଦଳିବାକୁ ଯାଉଛି ଏବଂ ନୂଆ ଅଧ୍ୟୟନ ସହ ଏଥିରେ ପରିବର୍ତ୍ତନ ଆସିବ । ତେବେ ସାର୍ବଜନିକ ଭାବରେ ସ୍ୱାସ୍ଥ୍ୟକୁ ସବୁବେଳେ ପ୍ରାଥମିକତା ଦିଆଯିବ ।

Get real time updates directly on you device, subscribe now.