fbpx
BSKY SKY
BSKY SKY

MAKE MY TRIP ଦେଉଛି ୨୦ ହଜାର ଡିସକାଉଣ୍ଟ; ଏମିତି ପାଇପାରିବେ ଅଫର

BSKY

ନୂଆଦିଲ୍ଳୀ: କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ବେଳେ ଦେଶ ପୁଣି ଥରେ ଅନଲକ୍ ହେବା ଆଡକୁ ଯାଉଛି । ଏପରି ସମୟରେ ଧୀରେ ଧୀରେ ଖୋଲୁଛି ପର୍ଯ୍ୟଟନ ଶିଳ୍ପ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମେକ୍ ମାଇଁ ଟ୍ରିପ୍ ପକ୍ଷରୁ ଏକ ଆକର୍ଷଣୀୟ ପ୍ୟାକେଜ ଘୋଷଣା କରାଯାଇଛି ।

ଗ୍ରାହକଙ୍କ ପାଇଁ ୨୦ ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ଭାଉଚର ଘୋଷଣା କରାଯାଇଛି । ମାତ୍ର ୧୧ ଦିନ ପାଇଁ ଏହି ରିହାତି ପ୍ୟାକେଜ ଘୋଷଣା କରାଯାଇଛି । ଗ୍ରାହକ ମାନଙ୍କୁ ଭିଲ୍ଲା ବୁକିଂ ଉପରେ ୨୦ ହଜାର ଟଙ୍କାର ଭାଉଚର ମିଳୁଥିବା ବେଳେ ବିଦେଶରେ ମାଗଣା ରହଣି ସୁବିଧା ପ୍ରଦାନ କରାଯାଉଛି । ଘରୋଇ ବିମାନ ଯାତ୍ରା ଉପରେ ୧୫ ହଜାରର ଭାଉଚର ମଧ୍ୟ ମିଳୁଛି । ଏହା ସହିତ ବିଦେଶରେ ହୋଟେଲ ରହଣୀ ଉପରେ ୨୫ ପ୍ରତିଶତ ରିହାତି ମଧ୍ୟ ଦିଆଯାଉଛି । ମେକ୍ ମାଇଁ ଟ୍ରିପ୍ ପକ୍ଷରୁ ଦିଆଯାଇଥିବା ଏହି ସୁବିଧା ଆସନ୍ତା ୧୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ।

Get real time updates directly on you device, subscribe now.