ଭାରତୀୟ ରେସଲର ଦୀପକ ପୁନିଆ ଟୋକିଓ ଅଲିମ୍ପିକ ପଦକ ଜିତିବାରୁ ବଞ୍ଚିତ ହୋଇଛନ୍ତି । ଏବେ ତାଙ୍କର ବିଦେଶୀ କୋଚ ମୋରାଡ ଗେଡ୍ରୋଭଙ୍କ ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ମ୍ୟାଚ ପରେ ତାଙ୍କୁ ଟୋକିଓ ଅଲିମ୍ପିକରୁ ବାହାର କରିଦିଆଯାଇଛି । ମୋରାଡଙ୍କ ଉପରେ ଅଭିଯୋଗ ଆସିଥିଲା ଯେ ଗୁରୁବାର ଦୀପକଙ୍କ ମ୍ୟାଚ ପରେ ରେଫରୀଙ୍କ ଉପରକୁ ସେ ଆକ୍ରମଣ କରିଥିଲେ । ମୋରାଡ ଗେଡ୍ରୋଭ ଋଷର ଅଧିବାସୀ ଅଟନ୍ତି ଏବଂ ଦୀପକଙ୍କ କୋଚ ଭାବେ ସେ ଟୋକିଓ ଅଲିମ୍ପିକରେ ଦୀପକଙ୍କ ସହ ଉପସ୍ଥିତ ଥିଲେ ।
ଦୀପକ ପୁନିଆଙ୍କୁ ବ୍ରୋଞ୍ଚ ମେଡାଲ ପରେ ଗେଡ୍ରୋଭ ରେଫରୀଙ୍କ ରୁମକୁ ଯାଇଥିଲେ ଏବଂ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ବିଶ୍ୱ କୁସ୍ତି ଏକାଡେମୀ ତୁରନ୍ତ ଆଇଓସିକୁ ଏହି ମାମଲାର ସୂଚନା ଦେଇଥିଲେ ଏହା ସହ ଶୁଣାଣି ପାଇଁ ଭାରତୀୟ କୁସ୍ତି ମହାସଂଘଙ୍କୁ ମଧ୍ୟ ଡକାଯାଇଥିଲା । ଅବଶ୍ୟ ମହାସଂଘ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲା ଏବଂ ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦିଆଯାଇଛି । ଗେଡ୍ରୋଭଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ଯେ ଗେଡ୍ରୋଭଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛି ଯାହା ଉପରେ ମହାସଂଘ ସୂଚନା ଦେଇଛନ୍ତି ଯେ ତାଙ୍କୁ ଟର୍ମିନେଟ କରିଦିଆଯାଇଛି ।
ଗେଡ୍ରୋଭ ନିଜେ ମଧ୍ୟ ଜଣେ ପହିଲିମାନ ଏବଂ ସେ ବେଜିଂ ଅଲିମ୍ପିକ ୨୦୦୮ରେ ୭୪ କେଜି ଭାର ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେ ୨୦୦୪ର ଏଥେନ୍ସ ଅଲିମ୍ପକର କ୍ୱାର୍ଟର ଫାଇନାଲରେ ହାରିବା ପରେ ପ୍ରତିଦ୍ୱନ୍ଦୀ ଉପରକୁ ଆକ୍ରମଣ କରିଥିଲେ । ଏବେ ଆଇଓସି ମଧ୍ୟ ତାଙ୍କ ମାନ୍ୟତା ରଦ୍ଧ କରିଛି ଏବଂ ଟୋକିଓରେ ଭାରତୀୟ ଦଳକୁ କହିଛି ଯେ ତାଙ୍କୁ ଯଥାଶୀଘ୍ର ଅଲିମ୍ପିକରୁ ଛାଡ଼ନ୍ତୁ ।