fbpx

ମାଟ୍ରିକ ପରୀକ୍ଷା ପାଇଁ କଡ଼ା ସୁରକ୍ଷା, ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା ହୋଇଛି । ଏହାସହ ହଜାରେ ସମ୍ବେଦଳଶୀଳ କେନ୍ଦ୍ରରେ ସିସିଟିଭି ଲାଗିଛି । ସ୍କ୍ୱାଡ଼ରେ ୧୧୮ ଅଧ୍ୟାପକଙ୍କୁ ସାମିଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ ସମ୍ପାଦକ ଶ୍ରୀକାନ୍ତ ତରାଇ । ଚଳିତବର୍ଷ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ସମାପ୍ତ ହେବା ନେଇ ସମସ୍ତ ପ୍ରସ୍ତୁତ ହୋଇଛି ।

ଉଲ୍ଳେଖଯୋଗ୍ୟ ଯେ ଗତବର୍ଷ ମାଟ୍ରିକ ପରୀକ୍ଷାରେ ବିଭିନ୍ନ କେନ୍ଦ୍ରରୁ ପରୀକ୍ଷା ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହାସହ ଏପରି କାର୍ଯ୍ୟ କରିଥିବା ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.