fbpx

ଦାୟିତ୍ୱ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ, ୧୭ା୨: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେଠାରେ ସଚିବାଳୟରେ କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି ଅଧିକାରୀ ଓ କର୍ମଚାରୀ । ଗତକାଲି ସେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିିଥିଲେ । ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପ ରାଜ୍ୟପାଳ ଅନିଲ ବୈଜାଲ । ଏହାସହ ୬ଜଣ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ସେଠାରେ ଶପଥ ନେଇଥିଲେ । ସେମାନେ ହେଉଛନ୍ତି ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମରାନ ହୁସେନ ଓ ଗଜେନ୍ଦ୍ର ପାଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ଟି ଆସନରୁ ୬୨ଟି ଆସନରେ ଆପ ଜିତିଥିଲା ।

Get real time updates directly on you device, subscribe now.