fbpx

ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ଫୋପାଡ଼ିବା ଅପରାଧ

ନାଗପୁର: ବିବାହିତା ମହିଳାଙ୍କ ଉପରେ ଲଭ୍ ଲେଟର୍ ବା ପ୍ରେମ ପତ୍ର ଫୋପାଡ଼ିବା ହେଉଛି ଏକ ଅପରାଧ । ଏପରି ଏକ ରାୟ କରିଛି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ । କୋର୍ଟ କହିଛି ଯେ, କୌଣସି ବିବାହିତା ମହିଳାଙ୍କ ଶରୀର ଉପରକୁ କାଗଜରେ ଆଇ ଲଭ୍ ୟୁ କବିତା କିମ୍ବା ସାଏରୀ ଲେଖି ଫୋପାଡ଼ିବାକୁ ଆଇନଗତ ଅପରାଧ ଭାବରେ ଧରାଯିବ । ଯଦି ଏପରି କିଏ କରୁଛି ତେବେ ତାଙ୍କ ନାମରେ ଅସଦାଚରଣ ଏବଂ ଉତ୍ପୀଡ଼ନ ମାମଲା ରୁଜୁ କରାଯିବ । ୨୦୧୧ ମସିହାର ଏକ ମାମଲାର ଶୁଣାଣି କରିବା ସମୟରେ ଏପରି ରାୟ କରିଛନ୍ତି ନାଗପୁର ବେଞ୍ଚ ।

ଏହି ମାମଲାରେ ଜଣେ ୫୪ ବର୍ଷିୟ ବ୍ୟକ୍ତିଙ୍କ ଉପରେ ୪୫ ବର୍ଷୀୟ ମହିଳାଙ୍କ ସହିତ ଦୁର୍ବବ୍ୟବହାର କରିବା ଏବଂ ଧମକ ଦେବା ଅଭିଯୋଗ ଆସିଥିଲା । ତେବେ ମହିଳାଙ୍କ ସହିତ ଦୁର୍ବବ୍ୟବହାର କରିବା ଏବଂ ଉତ୍ପୀଡନ କରିବା ମାମଲାରେ ଅଭିଯୁକ୍ତଙ୍କ ନାମରେ ୩୫୪ ଧାରା ଅଧୀନରେ ମାମଲା ରୁଜୁ କରାଯାଉଥିଲା ଏବଂ ଦୁଇ ବର୍ଷ ଜେଲ୍ ଦଣ୍ଡ ଦିଆଯାଉଥିଲା । ସେହିପରି ଏହି ମାମଲାରେ ବ୍ୟକ୍ତି ଜଣକ ପୀଡ଼ିତା ବିବାହିତା ହୋଇଥିବା ସତ୍ତେ୍ୱ ତାଙ୍କ ଉପରେ ପ୍ରେମ ପତ୍ର ଫୋପାଡ଼ିଥିଲା । ବାରଣ ସତ୍ତେ୍ୱ ବ୍ୟକ୍ତି ଜଣକ ବାରମ୍ବାର ଆଇ ଲଭ୍ ୟୁ ଲେଖି କାଗଜକୁ ପୀଡ଼ିତାଙ୍କ ଉପରେ ଫିଙ୍ଗୁଥିଲା ।

ତେବେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଅଦାଲତ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡ ଦେବା ସହିତ ୧୦ହଜାର ଟଙ୍କା ଜୋରିମାନା କରିଥିଲେ । ଏହାପରେ ଅଭିଯୁକ୍ତ ଜଣକ ଅଦାଲତକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ହାଇକୋର୍ଟ ମଧ୍ୟ ସମାନ ରାୟ କରି ଦୋଷୀକୁ ଦଣ୍ଡ ଦେଇଛନ୍ତି ।

Get real time updates directly on you device, subscribe now.