fbpx

୬୭ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ୧୯ ବର୍ଷୀୟ ଯୁବତୀ, କୋର୍ଟ କହିଲେ ଏମିତି

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ମାନେନାହିଁ କୌଣସି ପ୍ରତିବନ୍ଧ । ପ୍ରେମ କାହାକୁ ବି ହେଇପାରେ । ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ହରିୟାଣାର ବଲବଲ ଜିଲ୍ଲାର ହଥୀନଠାରେ । ଯେଉଁଠାରେ ଜଣେ ୬୭ ବର୍ଷୀୟ ବୃଦ୍ଧ ୧୯ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି । ସେପଟେ ଦୁଇ ଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚି ନିଜକୁ ପତି ପତ୍ନୀ କହିବା ସହ ନିଜ ଜୀବନ ଉପରେ ପରିଜନଙ୍କଠାରୁ ବିପଦ ଅଛିି ବୋଲି କହିଛନ୍ତି, ଏବଂ ସୁରକ୍ଷା ମାଗିଛନ୍ତି ।

ହାଇକୋର୍ଟ ସନ୍ଦେହ ପ୍ରକାଶ କରିଥିଲେ ଏବଂ ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ହାଇକୋର୍ଟଙ୍କୁ କହିଥିଲେ ଯେ ପ୍ରକୃତରେ ଏହା ପ୍ରେମ ମାମଲା । ପଲବଲ ଏସପି ଦୀପକ ଗହଲାବତ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ ଏହି ମାମଲାରେ ଯୁବତୀଙ୍କ ଉପରେ କୌଣସି ଚାପ ନାହିଁ । ଏହା ସମ୍ପୂର୍ଣ୍ଣ ଭାବରେ ପ୍ରେମ ବ୍ୟାପାର । ଯୁବତୀ ପୋଲିସକୁ ନିଜର ବୟାନରେ କହିଥିଲେ ଯେ ସେ ତାଙ୍କ ମା’ଙ୍କ ସହମତିରେ ବିବାହ କରିଥିଲେ । ରିପୋର୍ଟରେ କୁହାଯାଇଛି ଯେ ବୃଦ୍ଧ ୧୫୦୦୦ ଟଙ୍କା ରୋଜଗାର କରୁଛନ୍ତି । ଏହା ସହ ବିବାହ ପାଇଁ ସେ ୧୫ଗ୍ରାମ ସୁନା ଦେଇଥିବା ମଧ୍ୟ ଦେଇଛନ୍ତି ।

ତେବେ ପୋଲିସ ଯାଞ୍ଚରେ ମଳିଥିଲା ଯେ ପ୍ରେମ ବିବାହ କରୁଥିବା ଏହି ବୃଦ୍ଧ ଏବଂ ଯୁବତୀ ଦୁହେଁଁ ପୂର୍ବରୁ ହିଁ ବିବାହିତ । ବୃଦ୍ଧଙ୍କର ୭ ସନ୍ତାନ ଅଛନ୍ତି ଏବଂ ସେମାନେ ବିବାହିତ, ତାଙ୍କ ପତ୍ନୀଙ୍କର ୪ ବର୍ଷ ତଳୁ ଦେହାନ୍ତ ହୋଇଥିଲା । ସେପଟେ ଯୁବତୀ ଜଣକ ମଧ୍ୟ ରାଜସ୍ଥାନର ଏକ ଯୁବକଙ୍କ ସହ ବିବାହ କରିଛନ୍ତି, ତାଙ୍କ ସ୍ୱାମୀ ଅନ୍ୟ ଏକ ମହିଳାଙ୍କୁ ପ୍ରେମ କରୁଛନ୍ତି, ଏବଂ ତାଙ୍କୁ ଏହି ବିବାହରେ କୌଣସି ଆପତ୍ତି ନାହିଁ । ଡିଏସପି କହିଛନ୍ତି ଯେ ଯୁବତୀଙ୍କ ପରିବାରରେ ଜମିଜମା ବିବାଦ ଲାଗିରହିଥିଲା, ଏବଂ ବୃଦ୍ଧ ଜଣକ ତାଙ୍କୁ ସାହଯ୍ୟ କରିବାକୁ ଯାଉଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା ।

Get real time updates directly on you device, subscribe now.