fbpx

ହକି ଅଧିନାୟକଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ନିନ୍ଦା; କହିଲେ ଏମିତି

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର । ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନକୁ ନେଇ ମନପ୍ରୀତଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହିତ ମନପ୍ରୀତଙ୍କୁ ନିନ୍ଦା କରିଛନ୍ତି କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ । ମଙ୍ଗଳବାର ଖେଳରତ୍ନ ପୁରସ୍କାର ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବାକୁ ନେଇ ଖୁସି ଜାହିର କରିଥିଲେ ମନପ୍ରୀତ୍ । ତେବେ ରାଜୀବ ଗାନ୍ଧୀଙ୍କ ନାମ ହଟାଯାଇଥିବାରୁ ଶମା ଏହାକୁ ସମାଲୋଚନା କରିଛନ୍ତି ।

ଭାରତ ଦୀର୍ଘ ୪୧ ବର୍ଷ ପରେ ହକିରେ ଏକ ପଦକ ଜିତିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଶେଷ ଥର ଦଳ ପଦକ ଜିତିଥିବା ବେଳେ ମୁଁ ଜନ୍ମ ମଧ୍ୟ ହୋଇନଥିଲି । ମାତ୍ର ମୋ ନେତୃତ୍ୱରେ ଦଳ ପଦକ ଜିତିଥିବାରୁ ବହୁତ ଖୁସି ଓ ଗର୍ବ ଅନୁଭବ ହେଉଛି । ମେଜର ଧ୍ୟାନଚାନ୍ଦଙ୍କ ନାମରେ ଖେଳ ରତ୍ନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ମନପ୍ରୀତ ନିଜର ସମର୍ଥନ ଜାହିର କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶମା କହିଛନ୍ତି, ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ ଜଣାନାହିଁ କି, ଏହା ଖେଳ ରତ୍ନ ନୁହେଁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର । ଏହା ସହିତ ଅନ୍ୟ ଜଣେ କଂଗ୍ରେସ ନେତା ସୁମନ୍ଥ ରମଣ ମଧ୍ୟ ମନପ୍ରୀତଙ୍କୁ ସମାଲୋଚନା କରିଛନ୍ତି । ସୁମନ୍ଥ ଲେଖିଛନ୍ତି ମନପ୍ରୀତ ଏଭଳି ବିବାଦୀୟ ଘଟଣାରେ କାହିଁକି ମୁହଁ ଖୋଲୁଛନ୍ତି ।

Get real time updates directly on you device, subscribe now.