fbpx

UGC NET ପରୀକ୍ଷା ତାରିଖ ହେଲା ଘୋଷଣା, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ବିଭାଗୀୟ ୱେବସାଇଟ୍ ugcnet.nta.nic.in ରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । କରୋନା କାରଣରୁ ୨୦୨୦ ଡିସେମ୍ବର ପରୀକ୍ଷା ସ୍ଥଗିତ ରହିଥିଲା । ଏହାପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହାକୁ ୨୦୨୧ ଜୁନ ସେସନ ସହ ଯୋଡ଼ି ଦିଆଯାଇଥିଲା । ଏବେ ୨୦୨୦ ଡିସେମ୍ବର ଓ ୨୦୨୧ ଜୁନ ଦୁଇ ସେସନର ପରୀକ୍ଷା ଏକ ସମୟରେ ହେବ । ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୟୁଜିସି ନେଟ୍ ଏକ ଯୋଗ୍ୟତା ପରୀକ୍ଷା । ୟୁଜିସି ନେଟ୍ ପରୀକ୍ଷା ସାଧାରଣତଃ ବର୍ଷକୁ ଦୁଇଥର ଜୁନ ଓ ଡିସେମ୍ବର ମାସରେ କରାଯାଇଥାଏ । ଗତ ବର୍ଷ କରୋନା କାରଣରୁ ଡିସେମ୍ବରର ପରୀକ୍ଷା ହୋଇପାରି ନଥିଲା ।

ୟୁଜିସି ନେଟ୍ ପରୀକ୍ଷା ଅକ୍ଟୋବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷା ସକାଳ ୯ଟାରୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଚାଲିବ । ଏନଟିଏ ପକ୍ଷରୁ ଏ ସଂପର୍କରେ ନୋଟିସ୍ ଜାରି କରାଯାଇଛି । ନୋଟିସ ମୁତାବକ, ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଆଉ ଏକ ସୁବିଧା ଦିଆଯାଇଛି । ଯେଉଁମାନେ ପୂର୍ବରୁ ରେଜିଷ୍ଟ୍ରେସନ କରିପାରି ନାହାନ୍ତି, ସେମାନେ ସେପ୍ଟେମ୍ବର ୫ ଭିତରେ ଆବେଦନ କରିପାରିବେ । ସମସ୍ତ ଆଶାୟୀଙ୍କ ପାଇଁ ଏହି ତାରିଖ ମଧ୍ୟରେ ଆବେଦନ ପ୍ରକ୍ରିୟା ଜାରି ରହିବ । ଆବେଦନ ଫିସ୍ ଜମା କରିବାର ଅନ୍ତିମ ତାରିଖ ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ରହିଛି । ଏହାଛଡ଼ା ଆପିଲିକେସନରେ କୌଣସି ସଂଶୋଧନ କରିବା ପାଇଁ ସେପ୍ଟେମ୍ବର ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ସମୟ ରଖାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.