fbpx

ବୀରେନ୍ଦ୍ର ଓ ଅମିତଙ୍କୁ ମିଳିଲା DSP ପଦ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚି ଫେରିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଡିଏସପି ପାହ୍ୟା ପ୍ରଦାନ କରାଯାଇଛି । ଏହା ସହିତ ମହିଳା ଦଳରେ ସାମିଲ ଥିବା ଦୁଇ ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ମଧ୍ୟ ସରକାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ମଙ୍ଗଳବାର ରାଜ୍ୟର ଗର୍ବ ଓ ଗୌରବ ଏହି ୪ ହକି ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ବୁଧବାର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସମାରୋହରେ ଏହି ୪ ଖେଳାଳିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବ୍ରୋଞ୍ଜ ପଦକ ବିଜେତା ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ପୂର୍ବ ଘୋଷଣା ମୁତାବକ ୨.୫ କୋଟି ଟଙ୍କା ଏବଂ ଡିଏସପି ପାହ୍ୟା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିବା ମହିଳା ଦଳର ଦୁଇ ସଦସ୍ୟ ନମିତା ଟପ୍ପୋ ଏବଂ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.