ସହିଦ ଦୟାନିଧିଙ୍କୁ ଭୁଲିଯାଇଛି ପ୍ରଶାସନ, ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି

ଭଦ୍ରକ(ଓଡ଼ିଶା ଭାସ୍କର): ଦେଶକୁ ବାହ୍ୟ ଶତ୍ରୁ କବଳରୁ ସୁରକ୍ଷା ଦେବା ପାଇଁ ଯିଏ ନିଜ ଜୀବନକୁ ବାଜି ଲଗାଏ, ସେହି ବୀର-ପରାକ୍ରମୀ ଯବାନମାନେ ଆମର ଚିର ନମସ୍ୟ । ଦେଶ ମାତୃକା ପାଇଁ ଲଢ଼ି ନିଜ ଜୀବନକୁ ବଳି ଦେଇ ଆମକୁ ସୁରକ୍ଷା ଯୋଗାଇ ଆସିଥାନ୍ତି ବୀର ଯବାନଗଣ । ସେହି ବୀର ଯବାନଙ୍କୁ ସ୍ମରଣ ପୂର୍ବକ ସହିଦ ଦିବସ ମଧ୍ୟ ପାଳନ କରାଯାଉଛି । କିନ୍ତୁ ଏମିତି ଅନେକ ସ୍ଥାନରେ ବୀର ଯବାନଙ୍କୁ ଭୁଲି ଯାଉଛି ପ୍ରଶାସନ, ଏପରିକି ସେମାନଙ୍କ ପ୍ରତିମୂର୍ତ୍ତିକୁ ବି ପଚାରୁ ନାହାନ୍ତି । ଅବହେଳିତ ଭାବେ ରହୁଥିବା ସେହି ପ୍ରତିମୂର୍ତ୍ତି ଦେଖିଲେ ଆମେ ପୂଜ୍ୟ ପରମ୍ପରା କିପରି ବଜାୟ ରଖୁଛୁ, ଯବାନଙ୍କୁ କିଭଳି ସମ୍ମାନ ଦେଉଛୁ, ସେସବୁ ସ୍ପଷ୍ଟ ବାରି ହୋଇପଡୁଛି ।

ଠିକ୍ ସେହିପରି ସହିଦ ଦୟାନିଧି ବେହେରାଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି । ୨୦୦୩ ଜୁଲାଇ ୩୦ରେ ମାଲକାନାଗିରିରେ ନକ୍ସଲମାନଙ୍କ ସହିତ ଲଢ଼ି ଲଢ଼ି ସହିଦ ହୋଇଯାଇଥିଲେ ଦୟାନିଧି । ଭଦ୍ରକ ବ୍ଲକ ଦୈସିଙ୍ଗି ପଞ୍ଚାୟତ ଚଢ଼େୟା ଗାଁର ଦାୟାନିଧି ସିଆରପିଏଫ୍ରେ ସାମିଲ୍ ହୋଇଥିଲେ । ତାଙ୍କୁ ମନେପକାଇ ଝୁରୁଛି ଗାଁ ମାଟି । କିନ୍ତୁ ପରିତାପର ବିଷୟ ଯେ ଦେଶ ମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦଙ୍କୁ ଉଚିତ୍ ସମ୍ମାନ ଦିଆଯାଉନି । ଅବେହଳିତ ଅବସ୍ଥାରେ ପଡ଼ି ରହିଛି ସହିଦଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଚାରିପଟେ ବାଉଣ୍ଡରି, ଗେଟ୍ କିଛି ନାହିଁ । ସେହିପରି ସେଠାରେ ଆଲୋକୀକରଣ ସୁବିଧା କରାଯାଇନି । ଖାଲି ସେତିକି ନୁହେଁ, ସ୍ୱାଧୀନତା କି ସାଧାରଣତନ୍ତ୍ର ଦିବସରେ ବି ସହିଦଙ୍କୁ ମନେପକାଉ ନାହାନ୍ତି ଜିଲ୍ଲା ପ୍ରଶାସନ । ସେପଟେ ସହିଦଙ୍କ ପତ୍ନୀ ଅନବରତ ଝରାଉଛନ୍ତି ଲୁହ । କହୁଛନ୍ତି… ଶୁଣ ତମେ ଯଦି ଦୁଇ ିନ ମଧ୍ୟରେ ନ ଆସି ଲେଟ କରିବନା, ମୁଁ ତୁମ ସାଙ୍ଗରେ କେବେ କଥା ହେବିନି ହେଲା! ପୁଅ-ଝିଅ ତମକୁ ଅପେକ୍ଷା କରିଛନ୍ତି… ଆସୁଛି ଅଗଷ୍ଟ ପନ୍ଦର, ଆମ ଗାଁ ଲୋକେ ଆଉ ସ୍କୁଲ ପିଲାମାନେ ମଧ୍ୟ ତୁମକୁ ଅପେକ୍ଷା କରିଛନ୍ତି, ତୁମେ କେବେ ଆସୁଛ? ଏମିତି ଭାବବିହ୍ୱଳ ହୋଇ ସ୍ୱାମୀଙ୍କ ଫଟୋ ଆଗରେ ଗୁଣୁଗୁଣୁ ହୋଇ ବାହୁନି କାନ୍ଦୁଛନ୍ତି ସହିଦଙ୍କ ପତ୍ନୀ ।

ସେହିପରି ଗାଁଲୋକେ କହିଛନ୍ତି ଯେ ସେଦିନ ଥିଲା ୨୦୦୩ ଜୁଲାଇ ୩୦ ତାରିଖ । ସମୟ ସନ୍ଧ୍ୟା ୫ଟା । ମାଲକାନଗିରି କାଳିମେଘାରେ ଚାଲିଥିଲା ନକ୍ସଲଙ୍କ ସହ ଘମାଘୋଟ ଯୁଦ୍ଧ । ସେହି ସମୟରେ ଶତ୍ରୁ ପକ୍ଷ ଗୁଳିରେ ଟଳି ପଡ଼ିଥିଲେ ସହିଦ ଦୟାନିଧି ବେହେରା । ଘରକୁ ଆସିଥିଲା ଫୋନ ଦୟାନିଧି ଆଉ ନାହାନ୍ତି । ଏ ଖବର ପ୍ରଚାରିତ ହେବା ପେର ପୁରା ଭଦ୍ରକ ଅଞ୍ଚଳରେ ଖେଳି ଯାଇଥିଲା ଶୋକ । ସ୍ୱାମୀଙ୍କୁ ହରାଇ ପତ୍ନୀ ମୁଣ୍ଡ ବାଡ଼େଇ କାନ୍ଦବୋବାଳି ପକାଉଥିଲେ । ତାଙ୍କୁ ପାଖେର ଥିଲେ ଦୁଇ ଛୋଟ ଛୁଆ । କିନ୍ତୁ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରିବା ସହ ସହିଦଙ୍କ ପତ୍ନୀ ଭାବେ ସେ ଅବେହଳିତ ହୋଇପଡ଼ିଛନ୍ତି । ଦିନେ ମାଟି ମା’ ପାଇଁ ଦୟାନିଧି ଥିଲେ ଅତି ପ୍ରିୟ । ଦୟାନିଧି ବି ଭାବୁଥିଲେ ପୂରା ଜନ୍ମଭୂମିର କଥା । ମାଟି ମା’ ପାଇଁ ତାଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ । ହେଲେ ହଠାତ୍ ଦିନେ ଶତ୍ରୁ ସହ ଚାଲିଲା ଗୁଳିବାରୁଦର ବିସ୍ଫୋରଣ । ଦୟାନିଧି କିନ୍ତୁ ଆଦୌ ଡରିନଥିଲେ । ହେଲେ ଜାଣିନଥିଲେ ସେହି ମାଟି ତଳେ ବିଛାଯାଇଥିଲା ତାଙ୍କ ପାଇଁ ମୃତ୍ୟୁର ଜାଲ । ଶରୀର ତାଙ୍କର ଟଳିପଡ଼ିଲା ସତ, ଚିରସ୍ମରଣୀୟ ହୋଇରହିଲେ ସହିଦ ଦୟାନିଧି । ଏହି ବୀର ଯବାନ ସହିଦ ହେବା ଇତିମଧ୍ୟରେ ୧୮ ବର୍ଷ ବିତି ଗଲାଣି । କିନ୍ତୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ଲୁହ ଝରାଉଛନ୍ତି । ହେଲେ ତାଙ୍କ ପ୍ରତିମୂର୍ତ୍ତିକୁ ବି ଟିକେ ପଚାରୁନି ପ୍ରଶାସନ, ଏଥିପାଇଁ ସବୁରି ଅସନ୍ତୋଷ ତେଜିବାରେ ଲାଗିଛି ।

Get real time updates directly on you device, subscribe now.

Comments
Loading...