fbpx

ପ୍ରକଳ୍ପ ପାଇଁ ପୋଲିସକୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ ଆନ୍ଦୋଳନକାରୀ

ରାଜକନିକା(ଓଡ଼ିଶା ଭାସ୍କର): ରାଜକନିକା ଭାରିଗଦାରେ ପୋଲିସ-ପ୍ରକଳ୍ପ ବିରୋଧୀମାନେ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ରାପଡାରୁ ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ହୋଇଛି ବିରୋଧ । ପ୍ରକଳ୍ପକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିବା ସହ ବ୍ୟାରିକେଡ ଭାଙ୍ଗି ଧସେଇ ହୋଇ ପଶିଥିଲେ ଆନ୍ଦୋଳନକାରୀ । ଏହା ସହ ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଢେଲା ପଥର ମାଡ କରିଥିବା ଜଣାପଡିଛି ।

ଘଟଣାକୁ ଦୃଷ୍ଟିରେ ରଖି ଆନ୍ଦୋଳନସ୍ଥଳରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ମେଗା ଜଳ ପ୍ରକଳ୍ପକୁ ବିରୋଧ କରିଛି ଖରସ୍ରୋତା ସଂଗ୍ରାମୀ ସମିତି । ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିବାରୁ ଉତ୍ତେଜନା ସ୍ଥିତି ଆହୁରି ବଢ଼ିଛି । ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଆଗକୁ ବଢ଼ୁଛନ୍ତି ଲୋକେ । ପ୍ରକଳ୍ପ ସ୍ଥାନରେ ଆନ୍ଦୋଳନକାରୀଙ୍କ ଦ୍ୱାରା ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟରେ ବ୍ୟବହୃତ ଗାଡିକୁ ବି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କମ୍ପାନୀ ଯନ୍ତ୍ରାଂଶ ସହ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ସହ ପୋଲିସ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ ।

Get real time updates directly on you device, subscribe now.