fbpx

ତଦନ୍ତ ପାଇଁ ଓଡ଼ିଶାର ୪ ଜଣଙ୍କୁ ମିଳିବ ମେଡାଲ, ଜାଣନ୍ତୁ କାହାକୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତଦନ୍ତରେ ଉତ୍କର୍ଷତା ପାଇଁ ୧୫୨ ଜଣ ପୋଲିସ ମେଡାଲ ପାଇବେ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ୧୫୨ ଜଣଙ୍କ ମଧ୍ୟରୁ ୨୮ ଜଣ ମହିଳା ପୋଲିସ ରହିଛନ୍ତି ।

ଏହା ସହ ଓଡିଶାର ୪ଜଣ ପୋଲିସଙ୍କୁ ଦିଆଯିବ ମେଡାଲ । ଓଡ଼ିଶାର ସେହି ୪ ପୋଲିସ ହେଉଛନ୍ତି ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ, ଏସଆଇ ତୃପ୍ତିରଞ୍ଜନ ନାୟକ ଓ ଏସଆଇ ଶ୍ରୀକାନ୍ତ ସାହୁ । ତେବେ ୧୫୨ ଜଣଙ୍କ ମଧ୍ୟରୁ ସିବିଆଇରୁ ସର୍ବାଧିକ ୧୫ ଜଣ ମେଡାଲ ପାଇବେ ।

Get real time updates directly on you device, subscribe now.