fbpx

ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ସହାୟତା, ଜାଣନ୍ତୁ କେତେ ?

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଏଣିକି ବିଦ୍ୟୁତ ତାର ଲାଗି ଜୀବନ ଗଲେ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ନୂଆ ହାରରେ କ୍ଷତିପୂରଣ ଦେବାକୁ ଓଇଆରସିକୁ ସରକାର ସୁପାରିସ କରିଛନ୍ତି । ସେହିପରି ୬୦ ପ୍ରତିଶତ ଶରୀର ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା ମିଳିବ । ୪୦ରୁ ୬୦% ଶରୀର ନଷ୍ଟ ହୋଇଥିଲେ ୫୯,୧୦୦ ଟଙ୍କା ମିଳିବ । ସପ୍ତାହରୁ ଅଧିକ ମେଡିକାଲରେ ଚିକିତ୍ସା ହେଉଥିଲେ ୧୨ ହଜାର ଓ ସପ୍ତାହରୁ କମ ସମୟ ଚିକିତ୍ସା ହେଲେ ୪ ହଜାର ୫୦୦ ଟଙ୍କା ସହାୟତା ଦିଆଯିବ ।

ଅନ୍ୟପଟେ ଗାଈ, ମଇଁଷି ମୃତ୍ୟୁ ଘଟିଲେ ୩୦ ହଜାର ଟଙ୍କା ମିଳିବ । ମେଣ୍ଢା, ଘୁଷୁରି ଓ ଛେଳି ମଲେ ୩ ହଜାର ଟଙ୍କା ଦିଆଯିବ । କୁକୁଡା ଫାର୍ମ ପାଇଁ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ । ୫ ବର୍ଷରେ ବିଦ୍ୟୁତ୍ ଆଘାତରେ ୮୮୨ ଲୋକ ଓ ୪୩ ହାତୀ ମରିଛନ୍ତି । ଏନେଇ ଆଜି ବିଧାନସଭାରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.