fbpx

ଭୁଜାଲି ଦେଖାଇ ବ୍ୟାଙ୍କ ଲୁଟ କଲେ ଦୁର୍ବୃତ୍ତ

କେନ୍ଦୁଝର, ୧୮ା୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶରେ ଲୁଟପାଟ ଏବଂ ଅପରାଧ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଏକ ଘରୋଇ ବ୍ୟାଙ୍କରେ ଦୁର୍ବୃତ୍ତମାନେ ପଶି ଲୁଟ କରିଛନ୍ତି । କେନ୍ଦୁଝର ସ୍ଥିତ ହାଣ୍ଡିଭଙ୍ଗା ଅଞ୍ଚଳରେ ଥିବା ଘରୋଇ ବ୍ୟାଙ୍କରେ ଲୁଟ ହୋଇଛି । ୨ଟି ବାଇକରେ ୪ଜଣ ଦୁବୃର୍ତ୍ତମାନେ ଆସି ଲୁଟ କରିଥିବା ସୂଚନା ମିଳିଛି । ସେମାନେ ଭୁଜାଲି ଦେଖାଇ ଭୟଭୀତ କରି ୪ଲକ୍ଷ ଟଙ୍କା ବ୍ୟାଙ୍କରୁ ଲୁଟ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ନାକାବନ୍ଦୀ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.