fbpx
BSKY
BJD MC SKY
BJD YOUTH SKY

ଲର୍ଡସ୍ ରେ ଜିତିଲା ଭାରତ, ଧରାଶାୟୀ ଫିରିଙ୍ଗି ବାହିନୀ

ଓଡ଼ିଶା ଭାସ୍କର:  ଲର୍ଡ୍ସରେ ଭାରତର ଐତିହାସିକ ବିଜୟ, ଇଂଲଣ୍ଡକୁ ୧୫୧ ରନରେ ମାତ୍ ଦେଇ ହାସଲ କଲା ଅବିଶ୍ଵସନୀୟ ବିଜୟ। କ୍ରିକେଟ୍ କୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ ତାର ଜ୍ଵଳନ୍ତ ଉଦାହରଣ ଲର୍ଡ୍ସ ଟେଷ୍ଟରେ ଦେଖିବାକୁ ମିଳିଛି। ଚତୁର୍ଥ ଦିନ ସୁଦ୍ଧା ମ୍ୟାଚ୍ ରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିବା ଇଂଲଣ୍ଡକୁ ଭାରତ ମାତ୍ ଦେଇଛି।

ଏଠାରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ରୋମାଞ୍ଚକର ମୁକାବିଲାରେ ଭାରତ ଘରୋଇ ଇଂଲଣ୍ଡକୁ ୧୫୧ ରନରେ ହରାଇଛି। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ର ଟେଷ୍ଟ ସିରିଜ୍ ରେ ୧-୦ରେ ଆଗୁଆ ରହିଛ। ପଞ୍ଚମ ଦିନରେ ବାଜି ଓଲଟିଛି। ଭାରତ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ରେ ୨୯୮ ରନ କରି ଇନିଂସ ଘୋଷଣା କରିଥିଲା। ଇଂଲଣ୍ଡ ସମ୍ମୁଖରେ ଥିଲା ୨୭୨ ରନର ବିଜୟ ଲକ୍ଷ୍ୟ। ଜବାବରେ ଘରୋଇ ଦଳ ଦୁଇ ସେସନ ମଧ୍ୟ ଖେଳି ପାରିନାହିଁ। ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୨୦ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟରେ ବିନ୍ଧାଣି ସାଜିଛନ୍ତି ଭାରତର ଦ୍ରୁତ ବୋଲର ୟୁନିଟ୍ ଯଶ୍ରପୀତ ବୁମରା, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୬୪ ରନ କରିଥିବା ବେଳେ ଇଂଲଣ୍ଡ ୩୯୧ ରନ କରି ୨୭ ରନର ଅଗ୍ରଣୀ ହାସଲ କରିଥିଲା।

Get real time updates directly on you device, subscribe now.