fbpx

ଭାରତରେ ଲଞ୍ଚ ହେଲା Realmeର ପ୍ରିମିୟମ ଗେମିଙ୍ଗ୍ ଫୋନ୍

ନୂଆଦିଲ୍ଲୀ: Realme ଏହାର ଫ୍ଲାଗସିପ ଫୋନ Realme GT 5G କୁ ଭାରତରେ ଲଞ୍ଚ କରିଛି । ଏହା ୪୦ ହଜାର ମଧ୍ୟରେ କମ୍ପାନୀର ପ୍ରମିୟମ ସ୍ମାର୍ଟଫୋନ ଅଟେ । ଏହା ସହ କମ୍ପାନୀ Realme GT 5G Master Edition କୁ ମଧ୍ୟ ଲଞ୍ଚ କରିଛି । ଏହି ଏଡିସନକୁ ଜାପାନୀ ଡିଜାଇନର ନାଓଟୋ ଫୁକାସାୱା ଡିଜାଇନ କରିଛନ୍ତି । ତେବେ ଉଭୟ ସ୍ମାର୍ଟଫୋନରେ ଗେମିଙ୍ଗ ଉପରେ ଫୋକସ କରାଯାଇଛି ।

 

Realme GT 5G ର ଫିଚର୍ସ

ଏହି ଫୋନ Android 11 ଏବଂ Realme UI 2.0 ଦ୍ୱାରା ପରିଚାଳିତ । ଏଥିରେ 360Hz ଟଚ ସାମ୍ପଲିଙ୍ଗ ରେଟ ଏବଂ 120Hzର ରିଫ୍ରେଶ ରେଟ ରହିଛି । ଫୋନରେ 6.43 inchର Full HD+ AMOLED Display ଦିଆଯାଇଛି । ଏହି ସ୍ମାର୍ଟଫୋନରେ Qualcomm Snapdragon 888 ପ୍ରୋସେସର ରହିଛି । ଫୋନରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିଛି ।

ଫଟୋଗ୍ରାଫୀ ପାଇଁ ଏହାର ରିୟର କ୍ୟାମେରା 64 MP, 8 MP ଅଲ୍ଟ୍ରା ୱାଇଡ କ୍ୟାମେରା ଏବଂ 2MPର ମାକ୍ରୋ କ୍ୟାମେରା ଦିଆଯାଇଛି । ସେହିଭଳି ସେଲ୍ଫିପାଇଁ 16 MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫୋନରେ 4,500 mAhର ବ୍ୟାଟେରୀ ଏବଂ 65 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ତେବେ ଏହାର ବିଶେଷ ଫିଚର ହେଉଛି GT ମୋଡ୍ ଯାହାଦ୍ୱାରା ଫୋନରେ ଆପଣ ଏକ ବଢ଼ିଆ ଗେମିଙ୍ଗ ଅନୁଭବ ପାଇପାରିବେ ।

Realme GT 5G କହିଲେ ଏହାର 8 GB + 128 GB ଭାରିଆଣ୍ଟର ଦାମ ୩୭,୯୯୯ ଟଙ୍କା ଏବଂ 12 GB+ 256 GB ଭାରିଆଣ୍ଟର ଦାମ ୪୧,୯୯୯ ଟଙ୍କା  ରହିଛି । ଏହାର ବିକ୍ରି ୨୫ ଅଗଷ୍ଟଠାରୁ ଫ୍ଲିପକାର୍ଟ ଏବଂ ଅଫିସିଆଲ ୱେବସାଇଟରେ ଆରମ୍ଭ ହେବ । ଏହାକୁ ରେସିଙ୍ଗ ୟେଲୋ, ଡାସିଙ୍ଗ ସିଲଭର, ଏବଂ ଡାସିଙ୍ଗ ବ୍ଲୁ କଲରରେ ଲଞ୍ଚ କରାଯାଇଛି ।

 

Realme GT 5G Master Edition ର ଫିଚର୍ସ

ଏହି ସ୍ମାର୍ଟଫୋନରେ 360 Hz ଟଚ ସାମ୍ପଲିଙ୍ଗ ରେଟ, 120 Hz ରିଫ୍ରେଶ ରେଟ ସହ 6.43 inch ର Full HD+ AMOLED Display ଦିଆଯାଇଛି । ଏହି ଫୋନ Android 11 ଏବଂ realme UI 2.0 ଦ୍ୱାରା ପରିଚାଳିତ । ଏଥିରେ Qualcomm Snapdragon 778G ପ୍ରୋସେର ରହିଛି । ଏହି ଫୋନରେ ମଧ୍ୟ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ରହିଛି

ଫଟୋଗ୍ରାଫି ପାଇଁ ଏଥିରେ 64 MPର ପାଇମେରୀ କ୍ୟାମେରା, 8MPର ଅଲ୍ଟ୍ରା ୱାଇଡ କ୍ୟାମେରା କ୍ୟାମେରା ଏବଂ 2 MPର ମାକ୍ରୋ କ୍ୟାମେରା ରହିଛି । ସେଲ୍ଫି ପାଇଁ 32MPର ଫ୍ରଣ୍ଟ କ୍ୟାମେରା ରହିଛି । ଏଥିରେ 4,300 mAhର ବ୍ୟାଟେରୀ ସହ 65 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

Realme GT 5G Master Editionର 6 GB+ 128GB ଭାରିଆଣ୍ଟର ଦାମ ୨୫,୯୯୯, 8GB+ 128 GB ଭାରିଆଣ୍ଟର ଦାମ ୨୭,୯୯୯ ଏବଂ 8GB + 256 GB ଭାରିଆଣ୍ଟର ଦାମ ୨୯,୯୯୯ ଟଙ୍କା  ରଖାଯାଇଛି । ଏହାର ବିକ୍ରି ୨୬ ଅଗଷ୍ଟଠାରୁ ଆରମ୍ଭ ହେବ। ଏହାକୁ ବୋୟାଜର ଗ୍ରେ, ଲୁନା ହ୍ୱାଇଟ ଏବଂ କସମୋସ ବ୍ଲୁ କଲରେ ଲଞ୍ଚ କରାଯାଇଛି ।

Get real time updates directly on you device, subscribe now.