fbpx

MAMIର ମୁଖ୍ୟ ହେବେ ପ୍ରିୟଙ୍କା ଚୋପ୍ରା; ବଡ ଘୋଷଣା କଲା କମିଟି

ମୁମ୍ବାଇ: ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ ଇମେଜ(ମାମି) ଫିଲ୍ମ ଫେଷ୍ଟିଭାଲର ମୁଖ୍ୟ ଭାବରେ ପ୍ରିୟଙ୍କା ଚୋପ୍ରାଙ୍କୁ ମନୋନୀତ କରାଯାଇଛି । ମାମିର ବୋର୍ଡ କମିଟି ପକ୍ଷରୁ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ମାମିର ମୁଖ୍ୟ ଭାବରେ ନିଯୁକ୍ତ ହେବା ପରେ ପ୍ରିୟଙ୍କା ସନ୍ତୋଷ ପ୍ରକାଶ କରିଛନ୍ତିି । ସିନେମା ଜରିଆରେ ମାନବତାର ଉନ୍ନତି ପାଇଁ ସେ କାର୍ଯ୍ୟ କରିବାକୁ ପ୍ରୟାସ କରିବେ ବୋଲି ପ୍ରିୟଙ୍କା କହିଛନ୍ତି ।

ନିକ ଜୋନାସଙ୍କୁ ବିବାହ ପରେ ବଲିଉଡରୁ ଦୂରରେ ରହିଥିବା ପ୍ରିୟଙ୍କା ପୁନର୍ବାର ବଲିଉଡ ସହିତ ଜଡିତ ରହିବେ । ପୂର୍ବରୁ ମାମି କମିଟିର ସଦସ୍ୟ ଓ ଉପ ମୁଖ୍ୟ ରହିଛନ୍ତି ନୀତା ଅମ୍ବାନୀ । ଫେଷ୍ଟିଭାଲ ଡିରେକ୍ଟର ଭାବରେ ଅନୁପମା ଚୋପ୍ରା, ଆନନ୍ଦ ମହିନ୍ଦ୍ରା, ଅଜୟ ବିଜଲି, ଇଶା ଅମ୍ବାନୀ, ଫରହାନ ଅଖତାର, କୌସ୍ତୁଭ ଧାଭସେ, କବିର ଖାନ, ରାଣା ଦଗୁବତୀ, କିରଣ ରାଓ, ରୀତେଶ ଦେଶମୁଖ, ସିଦ୍ଧାର୍ଥ ରୟ କପୁର, ରୋହନ ସିପ୍ପି, ବିକ୍ରମାଦିତ୍ୟ ମୋଟୱାନେ, ଜୋୟା ଅଖତର ଓ ବିଶାଳ ଭରଦ୍ୱାଜ ପ୍ରମୁଖ କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ନୂତନ ସଦସ୍ୟ ଭାବରେ ମାଲାୟଲମ ସିନେମା ନିର୍ଦ୍ଦେଶିକା ଅଞ୍ଜଳି ମେନନ ଓ ଶିବେନ୍ଦ୍ର ସିଂ ଡୁଙ୍ଗରପୁରଙ୍କୁ ମାମିରେ ସାମିଲ କରାଯାଇଛି । ସମଗ୍ର ବିଶ୍ୱରେ ଭାରତୀୟ ସିନେମାକୁ ପ୍ରତିଷ୍ଠିତ କରାଇବା ତାଙ୍କର ଲକ୍ଷ୍ୟ ରହିବ ବୋଲି ପ୍ରିୟଙ୍କା ଚୋପ୍ରା କହିଛନ୍ତି ।

Get real time updates directly on you device, subscribe now.