fbpx
BJD SKY
BJD SKY

‘ସୁନ୍ଦର ଟିମ୍ ରେ ମୁଁ ଜଣେ ହିଁ ବ୍ୟାଡ୍ ମ୍ୟାନ୍ ଥିଲି’, ଏମିତି କାହିଁକି କହିଲେ ହି-ମ୍ୟାନ୍…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଜଗତର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ର ଫିଲ୍ମ ଲାଇନ୍ ରେ ୪୬ବର୍ଷ ପାର କରିସାରିଲେଣି । ତେବେ ସବୁଠୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଶୋଲେ’ ମଧ୍ୟ ଇତିମଧ୍ୟରେ ୪୬ ବର୍ଷ ପାର କରିସାରିଲାଣି। କିନ୍ତୁ ଆଜି ମଧ୍ୟ ଦର୍ଶକ ଏହି ଫିଲ୍ମ ମୋହରେ ପଡ଼ନ୍ତି । ଦେଖିବାକୁ ପସନ୍ଦ କରନ୍ତି । ରମେଶ ସିପ୍ପୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ବକ୍ସ େଅଫିସ୍ରେ ଅନେକ ରେକର୍ଡ କରିସାରିଛି । ଏଥିରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ହେମା ମାଳିନୀ, ସଞ୍ଜୀବ କୁମାର ଓ ଅମଜଦ ଖାନ ପ୍ରମୁକ ଅଭିନୟ କରିଥିଲେ ।

‘ଶୋଲେ’କୁ ୪୬ ବର୍ଷ ହେବା ପରେ ନିର୍ଦ୍ଦେଶକ ରମେଶ ସିପ୍ପୀ ଏକ ପୁରୁଣା ଫଟୋ ଶେଆର୍ ପୂର୍ବକ ଟ୍ୱିଟ୍ ରେ ସ୍ମୃତିଚାରଣ କରିଛନ୍ତି । ଏଥିରେ ଫିଲ୍ମ ସହ ସମ୍ପୃକ୍ତ ପ୍ରାୟ ପୂରା ଟିମ୍ ଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ସହ କାମ କରିବାର ଅନୁଭୂତି ବାଣ୍ଟିବା ସହ ଷ୍ଟାରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନିର୍ଦ୍ଦେଶକ । ତେବେ ଏହି ଟ୍ୱିଟ୍ ରେ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ଲେଖିଛନ୍ତି ଯେ- ଏହି ଫିଲ୍ମକୁ ଆପଣ ଜୀବନର ଶ୍ରେଷ୍ଠ ସ୍ମୃତି ଭାବେ ରଖିଦେଇଛନ୍ତି । ମୋତେ ଲାଗୁଛି ଯେ ଏକ ସୁନ୍ଦର ଟିମ୍ ସହିତ କେବଳ ମୁଁ ହିଁ ଜଣେ ଖରାପ ଅଭିନେତା ଥିଲି । ମୋ ଲାଗି ଏହି ଫିଲ୍ମ ଏକ ପିକନିକ୍ ଭଳି ଥିଲା । ଏହାର ପ୍ରଚୁର ସୁଯୋଗ ପାଇଛି ମୁଁ ।

ବଲିଉଡର ଏହି ଆକ୍ସନ-ଆଡଞ୍ଚେର୍ ଫିଲ୍ମ ଶୋଲେ ୧୯୭୫ ମସିହାରେ ରିଲିଜ୍ ହୋଇଥିଲା । ଆଉ ଗତ ୧୫ ଅଗଷ୍ଟରେ ନିର୍ଦ୍ଦେଶକ ଶ୍ରୀ ସିପ୍ପୀ ଟ୍ୱିଟ୍ ରେ ଫଟୋ ଶେଆର୍ କରିଥିବାବେଳେ ତା’ ପରଦିନ ଧର୍ମେନ୍ଦ୍ର ପ୍ରତିକ୍ରିୟା ଦେଇଥିଲେ ।

Get real time updates directly on you device, subscribe now.