fbpx

ମୁସଲିମଙ୍କୁ ପସନ୍ଦ ନୁହେଁ ମସଜିଦ ଭିତରେ ଜାତୀୟ ପତାକା; ଥାନାରେ ପହଞ୍ଚିଲା ମାମଲା

ନୂଆଦିଲ୍ଳୀ: ତିରଙ୍ଗା ବା ଭାରତୀୟ ଜାତୀୟ ପତାକାକୁ ଏକତାର ପ୍ରତୀକ ଭାବରେ ବିବେଚନା କରାଯାଉଥିବା ବେଳେ ଏହାକୁ ନେଇ ଘନେଇଛି ବିବାଦ । ଜାମା ମସଜିଦ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନକୁ ନେଇ ଥାନାରେ ମାମଲା ପହଞ୍ଚିଥିବା ବେଳେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଗ୍ରାରେ ଉତ୍ତେଜନା ବଢିବା କାରଣରୁ ଜାମା ମସଜିଦ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଳିତ ବର୍ଷ ଦେଶ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ପ୍ରଥମ ଥର ପାଇଁ ଜାମା ମସଜିଦ ମଧ୍ୟରେ ଉତ୍ତୋଳିତ ହୋଇଥିଲା ଜାତୀୟ ପତାକା । ଉତ୍ତର ପ୍ରଦେଶ ସଂଖ୍ୟାଲଘୁ କମିଶନ ଚେୟାରମ୍ୟାନ ଅଶଫାକ୍ ଶଫି ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ପତାକା ଉତ୍ତୋଳନ ପରେ ଆଗ୍ରାର ମୁଫତି ରୁମି ଏହାକୁ ନିନ୍ଦା କରିଥିଲେ । ଏହି ଘଟଣା ହିନ୍ଦୁ ମାନଙ୍କୁ ବ୍ୟଥିତ କରିବା ସହିତ ସେମାନଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ମୁଫତି ବୟାନ ଦେଇଥିଲେ । ଏହି ବୟାନକୁ ନେଇ ମୁଫତିଙ୍କ ବିରୋଧରେ ଏକାଧିକ ହିନ୍ଦୁ ସଙ୍ଗଠନ ମାମଲା ମଧ୍ୟ ରୁଜୁ କରିଛନ୍ତି । ଏପରିକି ମସଜିଦ ପରିଚାଳନା କମିଟି ମୁଖ୍ୟ ଅସଲମ କ୍ୟୁରେଶୀ ମଧ୍ୟ ମୁଫତିଙ୍କ ବୟାନକୁ ନିନ୍ଦା କରିଛନ୍ତି । ତେବେ ଅଲ ଇଣ୍ଡିଆ ଜମାତ ଉଲ କ୍ୟୁରେଶୀ ମୁଖ୍ୟ ହାଜି ଜମିଲୁଦ୍ଦିନ ଏହାକୁ ନିନ୍ଦା କରିଛନ୍ତି । ଆଗ୍ରାର ଜାମା ମସଜିଦ ଏକ ଧାର୍ମିକ ସ୍ଥଳୀ । ଏପରି ସ୍ଥାନରେ ପତାକା ଉତ୍ତୋଳନ କରିବା ଦ୍ୱାରା ଏହି ଧାର୍ମିକ ସ୍ଥଳର ଅପମାନ ହୋଇଛି ବୋଲି ଜମିଲୁଦ୍ଦିନ କହିଛନ୍ତି ।

Get real time updates directly on you device, subscribe now.