fbpx
BJD SKY
BJD SKY

ଏହି କାରଣରୁ ତାଲିବାନକୁ ମାନ୍ୟତା ଦେବାକୁ ରାଜି ଚୀନ, ଜାଣନ୍ତୁ କେମିତି ରହିଛି ଉଭୟଙ୍କ ମଧ୍ୟରେ ସଂପର୍କ

BJD
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ କବ୍ଜା କରିଛି । ଆଫଗାନିସ୍ତାନରେ ତାଲିବାନ ଯେଉଁଭଳି ଭାବରେ ଏତେ ଶୀଘ୍ର ଅକ୍ତିଆର କରିଛି, ଏହାକୁ ନେଇ ସବୁ ଦେଶ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାରତ, ଆମେରିକା, କତର, ଉଜବେକିସ୍ତାନ, ବ୍ରିଟେନ, ୟୁରୋପୀୟ ସଂଘ, ଜର୍ମାନୀ ଭଳି ଅନେକ ଦେଶ ଘୋଷଣା କରଛନ୍ତି ଯେ ସେମାନେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ମାନ୍ୟତା ଦେବେନାହିଁ । କିନ୍ତୁ ଅନ୍ୟକୁ ଶାନ୍ତିର ପାଠ ପଢ଼ାଉଥିବା ଚୀନକୁ ବନ୍ଧୁକ ଚଳାଉଥିବା ତାଲିବାନଙ୍କୁ ମାନ୍ୟତା ଦେବାରେ କୌଣସି ଅସୁବିଧା ନାହିଁ । ଚୀନ ସ୍ପଷ୍ଟ କରିଛି ଯେ ସେ ତାଲିବାନକୁ ମାନ୍ୟତା ଦେବ । ତେବେ କ’ଣ ଏହା ପଛର କାରଣ?
ପ୍ରକୃତରେ ଚୀନ୍ ର ୭୬ କିଲୋମିଟର ଲମ୍ବା ସୀମା ଆଫଗାନିସ୍ତାନ ସହ ରହିଛି । ବେଜିଂକୁ ଅନେକ ସମୟରୁ ଏହି ଡର ରହିଛିଯେ ସମ୍ବେଦନଶୀଳ ପ୍ରାନ୍ତ ଶିନଜିୟାଙ୍ଗରେ ରହୁଥିବା ଅଳ୍ପସଂଖ୍ୟକ ଉଇଗୁର ସମୁଦାୟ ପାଇଁ ଆଫଗାନିସ୍ତାନ ମାଧ୍ୟମ ନହେଉଯାଉ । ଚୀନକୁ ଡର ରହିଛି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ ଫଳରେ ଶନିଜିୟାଙ୍ଗ ପ୍ରାନ୍ତରେ ଥିବା ଅଳ୍ପସଂଖ୍ୟକ ମୁସଲିମ ସମୁଦାୟଙ୍କ ବିଚ୍ଛିନତାକୁ ଉତ୍ସାହିତ କରିପାରେ ।
ଏହା ପଛର କାରଣ
ଉୁଲ୍ଲାହ ଅବଦୁଲ ଘନୀ ବରାଦର ସମ୍ଭବତ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି । ଗତ ମାସରେ ବରାଦରଙ୍କ ନେତୃତ୍ୱରେ ତାଲିବାନୀ ପ୍ରତିନିଧିମଣ୍ଡଳୀ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟୀ ଇନଙ୍କ ସହ ସାକ୍ଷାତ କରିଥିଲେ । ଏହି ସମୟରେ ତାଲିବାନ ଚୀନ ବିଦେଶ ମନ୍ତ୍ରୀଙ୍କୁ ଏହି ଅଶ୍ୱାସନା ଦେଇଥିଲେ ଉଇଗୁର ସମୁଦାୟକୁ ଚରମପନ୍ଥୀଙ୍କ ଆଡ୍ଡା ହେବାକୁ ଦେବନାହିଁ ।
ପ୍ରକୃତରେ ଚୀନ ତାଲିବାନକୁ କହିଛି ଯେ ଯଦି ସେ ତାହାର ଇଚ୍ଛା ପୂରଣ କରିବ ତା’ହେଲେ ବେଜିଂ ଆଫଗାନିସ୍ତାନକୁ ଆର୍ଥିକ ସାହାଯ୍ୟ କରିବ, ଏବଂ ଅନ୍ୟ ଏସିଆ ଦେଶ ଭଳି ମାନ୍ୟତା ପାଇବା ପାଇଁ ସାହାଯ୍ୟ କରିବ ।

 

Get real time updates directly on you device, subscribe now.