କଶ୍ମୀର ଏକ ସ୍ୱତନ୍ତ୍ର ଦେଶ, କବଜା କରିଛନ୍ତି ଭାରତ ଓ ପାକିସ୍ତାନ: କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରକୁ ନେଇ ପୁଣି ଥରେ ବିବାଦ ଘେରରେ କଂଗ୍ରେସ । କଂଗ୍ରେସ ନେତା ମଲୱିନ୍ଦର ସିଂ ମଲି ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି । ମଲି କଶ୍ମୀରକୁ ଏକ ସ୍ୱତନ୍ତ୍ର ଦେଶ ଭାବରେ ଅଭିହିତ କରିଛନ୍ତି । ମଲି ନିଜ ଟ୍ୱିଟରେ କାଶ୍ମୀରକୁ ସ୍ୱତନ୍ତ୍ର ଦେଶ ଭାବରେ କହିବା ସହିତ ନୂତନ ବିବାଦ ସୃଷ୍ଟି କରିଛନ୍ତି । ମଲିଙ୍କ ଏହି ବୟାନକୁ ଉଭୟ କଂଗ୍ରେସ ଏବଂ କଂଗ୍ରେସ ବାହାରେ ମଧ୍ୟ ବିରୋଧ କରାଯାଇଛି ।

ନଭଜୋତ ସିଂ ସିଦ୍ଧୁଙ୍କ ୪ ଜଣ ପରାମର୍ଶଦାତାଙ୍କ ମଧ୍ୟରୁ ଜଣେ ରହିଥିବା ମଲି ଏଭଳି ବୟାନ ଦେଇଛନ୍ତି । ମଲି ଲେଖିଛନ୍ତି କଶ୍ମୀର ଏକ ସ୍ୱତନ୍ତ୍ର ଦେଶ । ଉଭୟ ଭାରତ ଏବଂ ପାକିସ୍ତାନ ଅନୈତିକ ଉପାୟରେ କଶ୍ମୀର ଉପରେ କବଜା କରିଛନ୍ତି । ଏହି ଦେଶ କଶ୍ମୀରର ଜନସାଧାରଣଙ୍କ ବୋଲି ମଲି ଟ୍ୱିଟ୍ କରିଥିଲେ । ମଲିଙ୍କ ଏହି ଟ୍ୱିଟକୁ କଂଗ୍ରେସ, ବିଜେପି ଓ ଅକାଳୀ ଦଳର ନେତା ନିନ୍ଦା କରିଛନ୍ତି ।