fbpx

ଚଳନ୍ତା ଟ୍ରେନରେ ଡ୍ରାଇଭର୍ ଶୋଇପଡ଼ିଲେ କଣ ହେବ? ଜାଣନ୍ତୁ ଏହାର ଉତ୍ତର…

ଓଡ଼ିଶା ଭାସ୍କର ବ୍ୟୁରୋ: ଚଳନ୍ତା ଟ୍ରେନ୍ ରେ ଡ୍ରାଇଭର୍ ଶୋଇଗଲେ କଣ ହେବ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ନିଶ୍ଚୟ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର । ଯଦି ଲୋକୋ ପାଇଲଟ୍ ଚଳନ୍ତା ଟ୍ରେନ୍ ରେ ୧ ମିନିଟ୍ ରୁ ଅଧିକ ଶୋଇଯାଏ ବା ଟ୍ରେନ୍ ସଞ୍ଚାଳନ ଜନିତ ଗତିବିଧି ଯେପରି ହର୍ଣ୍ଣ ବଜାଇବା, ବ୍ରେକ୍ ମାରିବା, ସ୍ପିଡ୍ ବଢ଼ାଇବା ଓ କମାଇବା ବନ୍ଦ କରିଦିଏ । ତେବେ ଟ୍ରେନ୍ ର ଏହି ଡିଭାଇସ୍ ତୁରନ୍ତ ଆକ୍ଟିଭ୍ ହୋଇଯାଇଥାଏ ଏବଂ ପାଇଲଟ୍ କୁ ଏକ ଅଡିଓ ମେସେଜ୍ ମାଧ୍ୟମରେ ଆଲର୍ଟ କରାଯାଏ ।

ଏହି ସମୟରେ ପାଇଲଟ୍ କୁ ଅଡିଓ ମେସେଜ୍ ର ଜବାବ୍ ନେଇ କନଫର୍ମ କରିବାକୁ ପଡ଼ିଥାଏ ଯେ, ସେ ଶୋଇନାହିଁ, ବରଂ ଚେଇଁଛି । ତେବେ ଯଦି ଅଡିଓ ମେସେଜ୍ ର ବି ପାଇଲଟ୍ ଜବାବ୍ ନଦିଏ ବା କୌଣସି ଆକ୍ସନ୍ ନ ନିଏ ତାହେଲେ ଟ୍ରେନ୍ ରେ ଥିବା ଏହି ଡିଭାଇସ୍ ଅଟୋମେଟିକ୍ ଏମର୍ଜେସି ବ୍ରେକିଂ ଲଗାଇବା ଆରମ୍ଭ କରିଦିଏ । ଏହାପରେ କିଛି କିମି ଅର୍ଥାତ୍ ୧ ବା ୨ କିମି ଯିବା ପରେ ଟ୍ରେନ୍ ଆପେ ଆପେ ଅଟକିଯାଏ । ଏହି ଡିଭାଇସ୍ ରେଳ ଦୁର୍ଘଟଣାକୁ ରୋକିବାପାଇଁ ବେଶ୍ ସହାୟକ ।

ଏମିତିରେ ବି ଭାରତୀୟ ରେଳ ବିଭାଗରେ ଲୋକୋ ପାଇଲଟ୍ ଶୋଇଯିବା କାରଣରୁ ଏକ ଆସିଣ୍ଟାଣ୍ଟ୍ ପାଇଲଟ୍ ଉପସ୍ଥିତ ରହିଥାଏ । ଲୋକୋ ପାଇଲଟ୍ ର ଅନୁପସ୍ଥିତିରେ ଏହି ଆସିଣ୍ଟାଣ୍ଟ୍ ପାଇଲଟ୍ ଟ୍ରେନ୍ ସଞ୍ଚାଳନ କରିଥାଏ । ଏଥିସହ ଯେଉଁ ପାଇଲଟ୍ ମାନଙ୍କର ରାତିରେ ଡ୍ୟୁଟି ରହିଥାଏ ସେମାନଙ୍କୁ ଭଲ ଭାବେ ଶୋଇବାକୁ ପରାମର୍ଶ ଦିଆଯାଇଥାଏ ।

 

Get real time updates directly on you device, subscribe now.