fbpx

ଝିଅ ମାନଙ୍କ ମୃତ ଦେହ ସହିତ ବି ଶାରୀରିକ ସମ୍ବନ୍ଧ ରଖନ୍ତି କ୍ରୁର ତାଲିବାନ ଆତଙ୍କବାଦୀ, ପଢ଼ନ୍ତୁ ଅଫଗାନ୍ ମହିଳାଙ୍କ ଆତ୍ମ ଚିତ୍କାରର କାହାଣୀ

ନୂଆଦିଲ୍ଲୀ: ତାଲିବାନି ମାନଙ୍କ କ୍ରୁର ଚେହେରା ଏବେ ସର୍ବସମ୍ମୂଖକୁ ଚାଲି ଆସିଛି । ଅଫଗାନ୍ ନାଗରିକଙ୍କ ଉପରେ କରୁଥିବା ଅତ୍ୟାଚାର ଏବେ ସାରା ଦୁନିଆ ନିଜ ଆଖିରେ ଦେଖୁଛି । ଇତି ମଧ୍ୟରେ ଦେଶ ଛାଡ଼ି ସବୁଦିନ ପାଇଁ ଚାଲି ଆସୁଥିବା ଅଫଗାନ୍ ମହିଳା ମାନେ ତାଲିବାନି ମାନଙ୍କ ନିର୍ଯାତନାର କାହାଣୀ କହିଛନ୍ତି । ଏହି ପରିପ୍ରେକ୍ଷୀରେ ମୁସ୍କାନ୍ ନାମକ ଜଣେ ମହିଳା ଭାରତକୁ ଆସିଥିବା ବେଳେ ସେ କହିଛନ୍ତି ସେ ତାଲିବାନି ଆତଙ୍କବାଦୀ ମାନେ ଝିଅ ମାନଙ୍କ ମୃତ ଦେହ ସହିତ ବି ଶାରୀରିକ ସମ୍ବନ୍ଧ ରଖିଥାନ୍ତି । ସେମାନଙ୍କ ଠାରୁ ମଣିଷତ୍ୱର ଆଶା ରଖିବା କଥା ନୁହେଁ । ତେଣୁ ଯେଉଁ ମାନେ ସେଠାରେ ରହିଯାଇଛନ୍ତି, ବା କୌଣସି କାରଣରୁ ଆସିପାରିନାହାନ୍ତି ସେମାନେ ଏବେ ବହୁତ ବଡ଼ ବିପଦରେ ଫସିଯାଇଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ଇଣ୍ଟରଭିୟୁରେ ଅଫଗାନ୍ ମହିଳା ମୁସ୍କାନ୍ କହିଚନ୍ତି ଯେ, ସେମାନେ ମୃତଦେହ ସହ ବି ଦୁଷ୍କର୍ମ କରିଥାନ୍ତି । ସେମାନଙ୍କୁ କୌଣସସି ଫରକ ପଡ଼େନି ଯେ, ଝିଅ ମାନେ ମରିଯାଇଛନ୍ତି କି ଜୀବିତ ରହିଛନ୍ତି । ଏମାନଙ୍କ ଉପରେ କୌଣସି ଭରସା ନାହିଁ । ଯୁବତୀ ମାନଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଯାଆନ୍ତି । ନଚେତ୍ ସିଧାସଳଖ ଗୁଳି ମାରିଦିଅନ୍ତି । ଏପରି ଅନେକ ପ୍ରକାରର ଅତ୍ୟାଚାର କରିଥାନ୍ତି । ଖାଲି ସେତିକି ନୂହେଁ ସେମାନେ ୧୦ରୁ ୧୨ ବର୍ଷର ଝିଅ ମାନଙ୍କୁ ଘରୁ ଉଠାଇ ନିଅନ୍ତି । ତାଲିବାନି ମାନେ ମିଡିଆ ସାମନାରେ ଯାହା ବି କହୁଛନ୍ତି ସେ ସବୁ ଏକଦମ୍ ମିଛ ।

ଏହା ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ତାଲିବାନି ମାନେ ଆଫଗାନିସ୍ତାନ ଉପରେ କବଜା କରିବା ପରେ କବଜା କରିଥିବା ଅଞ୍ଚଳ ବୁଲି ୧୨ ବର୍ଷ ଝିଅ ମାନଙ୍କ ତାଲିକା ମାଗିଥିଲେ । ସେମାନେ ଏହି ଝିଅ ମାନଙ୍କୁ ନେଇ ଆତଙ୍କବାଦୀ ମାନଙ୍କ ସହିତ ବିବାହ କରାଇବେ ବୋଲି କୁହନ୍ତିା ହେଲେ ସତ କଥା ହେଉଛି ଏମାନେ ଝିଅ ମାନଙ୍କୁ ସେମାନଙ୍କ ଦାସୀ କରି ରଖିବେ । ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ସେମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିପାରିବେ । ନିକଟରେ ଏକ ଖବର ଆସିଥିଲା ଯେ, ଜଣେ ମହିଳାଙ୍କ ଘରକୁ ପଶି ଖାଇବା ତିଆରି କରିବାକୁ କହିଥିଲେ । ଆଉ ଖାଦ୍ୟ ପସନ୍ଦ ନ ଆସିବାରୁ ଉକ୍ତ ମହିଳାଙ୍କୁ ଜିଅନ୍ତା ଜାଳି ଦେଇଥିଲେ ।

 

Get real time updates directly on you device, subscribe now.