fbpx

ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ (ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ମାମଲାରେ ୩ଟି ପୃଥକ ରିଟ୍ ପିଟିସନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । କଟକ, ଭୁବନେଶ୍ୱର କର୍ପୋରେସନ ତରଫରୁ ଦାଖଲ ହୋଇଥିଲା ପିଟିସନ୍ । ଏହା ବ୍ୟତୀତ ପୁରୀ ମ୍ୟୁନିସିପାଲଟି ତରଫରୁ ପିଟିସନ ଦାଖଲ ହୋଇଥିଲା ।

ଏହା ସହ ରାଜ୍ୟ ନିର୍ବାଚନ କମିଶନ ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗକୁ ନୋଟିସ ପଠାଯାଇଛି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମାମଲାରେ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.