fbpx
BSKY
BJD MC SKY
BJD YOUTH SKY

ଏଣିକି ହ୍ୱାଟସ ଆପରେ କରିପାରିବେ କରୋନା ଟିକା ସ୍ଲଟ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି । ଏଣିକି ଆପଣମାନେ ଟିକା ପାଇଁ ହ୍ୱାଟସ ଆପରେ ସ୍ଲଟ ବୁକ କରି ପାରିବେ । ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ । ହ୍ୱାଟସ ଆପର ନୂଆ ଫିଚର ‘MyGov CoronaHelpdesk’ ସହିତ କାମ କରିବ । କିଛିଦିନ ପୂର୍ବରୁ ହ୍ୱାଟସ ଆପ ଟିକା ସାର୍ଟିଫିକେଟ ଡାଉନଲୋଡ କରିବାର ସୁବିଧା ମିଳିଥିଲା । ଏଯାବତ ପାଖାପାଖି ୩୨ଲକ୍ଷ ସାର୍ଟିଫିକେଟ ଡାଉନଲୋଡ କରାଯାଇଛି ।

ପ୍ରଥମେ ଆପଣ ଫୋନରେ ‘MyGov CoronaHelpdesk’ ଚାଟବୋଟର ନମ୍ବର ୯୧-୯୦୧୩୧୫୧୫୧୫ ସେଭ କରନ୍ତୁ । ପରେ ଏହାର କଣ୍ଟାକ୍ଟକୁ ଓପନ କରନ୍ତୁ । ଏଥିରେ ବୁକ ସ୍ଲଟ ଲେଖି ମେସେଜ କରନ୍ତୁ । ମୋବାଇଲ ନମ୍ବରରେ ଛଅ ଅଙ୍କ ବିଶିଷ୍ଟ ଏକ ଓଟିି ଆସିବ । ଏହାପରେ ଆପଣଙ୍କୁ ଲୋକେସନ, ତାରିଖ ଓ ଟିକା ନାମର ବିକଳ୍ପ ମିଳିବ । ଏତିକି କରିବା ପରେ ଟିକା କେନ୍ଦ୍ରରେ କରୋନା ଟିକା ପାଇଁ ସ୍ଲଟ ବୁକ କରିଦିଆଯିବ ।

Get real time updates directly on you device, subscribe now.