fbpx

ଜର୍ମାନୀରେ ପିଜ୍ଜା ଡେଲିଭରି କରୁଛନ୍ତି ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ, ତାଲିବାନ୍ ଡରରେ ଛାଡିଥିଲେ ଦେଶ

କାବୁଲ : ତାଲିବାନ୍ ଆଫଗାନିସ୍ତାନ ନିଜ କବଜାକୁ ନେବା ପରେ ରାଷ୍ଟ୍ରପତି ଆଶରଫ ଘନିଙ୍କ ସମେତ ବହୁ ରାଜନେତା ଓ ମନ୍ତ୍ରୀ ଦେଶ ଛାଡି ପଳାୟନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏବେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଛନ୍ତି । ଆଫଗାନିସ୍ତାନର ପୂର୍ବତନ IT ମନ୍ତ୍ରୀଙ୍କ ଏପରି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଆପଣ ସମହଜରେ ବିଶ୍ୱାସ କରିପାରିବେ ନାହିଁ । ପୂର୍ବ ମନ୍ତ୍ରୀ ସୟଦ ଅହମଦ ଶାହ ସାଦତ ଜର୍ମାନୀର ଲିପଜିଗ ସହରରେ ଆଶ୍ରୟ ନେଇଛନ୍ତି । ସୟଦ ସେଠାରେ ଗତ ୨ ମାସ ଧରି ପିଜ୍ଜା ଡେଲିଭରି ବୟ୍ ଭାବେ କାମ କରୁଛନ୍ତି ।

ସର୍ବଦା ସୁଟ ବୁଟ୍ ଓ ଚାଣିପାଖରେ ସୁରକ୍ଷାକର୍ମୀଙ୍କ ଘେରରେ ରହୁଥିବା ସୟଦ ଆଜି ପେଟ ପୋଷିବାକୁ ପିଜ୍ଜା ଡେଲିଭରି କରୁଛନ୍ତି, ଯାହାକୁ ବିଶ୍ୱାସ କରିବା ବି କଷ୍ଟକର । ତେବେ ରିପୋର୍ଟ ମୁତାବକ, ସୟଦ ୨୦୨୦ ଡିସେମ୍ବରରେ କାବୁଲ ଛାଡି ଜର୍ମାନୀ ଚାଲିଆସିଥିଲେ । ସୟଦ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଏମଏମସିଏମ କରିଛନ୍ତି । ଏହା ସହ ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ମଧ୍ୟ । କିନ୍ତୁ ତାଲିବାନଙ୍କ ଆତଙ୍କ ଯୋଗୁଁ ତାଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି ।

Get real time updates directly on you device, subscribe now.