fbpx

ତୃତୀୟ ଲହରକୁ ନେଇ ଡିଏମଇଟି କହିଲେ- ‘ବିଭିନ୍ନ ମଡେଲର ଆକଳନ ଭିନ୍ନ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଛାନିଆ ପଶିଛି । ଏହାରି ମଧ୍ୟରେ କୋଭିଡର ୩ୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ‘ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳିଆ ହୋଇ ନ ପାରେ । ଯଦି ଭାଇରସ୍ ରୂପ ବଦଳାଏ ତାହେଲେ ପ୍ରଭାବ ଅଧିକ ରହିବ । ଯଦି ଭାଇରସ୍ ରୂପ ନ ବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ ।’

୩ୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କିଛି ମଡେଲ କହୁଛି ଦିନକୁ ୪ରୁ ୫ ଲକ୍ଷ ସଂକ୍ରମଣ ମାମଲା ଆସିବ ତ ଆଉ କେତେକ ମଡେଲ କହୁଛନ୍ତି ଏତେ ପ୍ରଭାବ ପଡିବ ନାହିଁ । ଆଇଆଇଟି କାନପୁର ସୂତ୍ର କହୁଛି ଓଡ଼ିଶରେ ୩ୟ ଲହର ବେଶି ପ୍ରଭାବ ପକାଇବନି । କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗରୁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

ଏହା ସହ କଟକ ଏସସିବିରେ ଇକମୋ ସେବା ନେଇ ଡିଏମଇଟି କହିଛନ୍ତି ଯେ, ‘ଆସନ୍ତା ୨୭ରୁ ଇକମୋ ଚିକିତ୍ସା ଆରମ୍ଭ ହେବ, ଯାହାକି ପୂର୍ବ ଭାରତର ସବୁଠୁ ବଡ଼ ୟୁନିଟ୍ ହେବ । ଏସସିବିରେ ସମୀକ୍ଷା ହୋଇଛି, ସମୁଦାୟ ୯ଟି ଇକମୋ ମେସିନ ରହିବ ।’

Get real time updates directly on you device, subscribe now.