fbpx

ବିଚ୍ ରାସ୍ତାରେ ପୋଲିସ କର୍ମୀ କଲେ ଏପରି କାମ, ଭାଇରାଲ ହୋଇଗଲା Video

ନୂଆଦିଲ୍ଲୀ:ସାଧାରଣତଃ ଲୋକମାନେ ନିଶାରେ ଥିବା ବେଳେ ଅଜବ କାମ କରିଥାନ୍ତି ଓ ତାଙ୍କୁ ଜଣା ବି ନଥାଏ କି ସେମାନେ କ’ଣ କରୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପୋଲିସ କର୍ମୀ ମଦ୍ୟପାନ କରି ରାସ୍ତା ମଝିରେ ଅଜବ ଆକ୍ସନ କରୁଛନ୍ତି ।

ଭାଇରାଲ ହେଉଥିବା ୧୫ ସେକେଣ୍ଡର ଭିଡିଓ ଦେଖିଲେ ଜଣାପଡୁଛି ଯେ, ପୋଲିସ କର୍ମୀ ମଦ୍ୟପାନ କରି ପୁରା ନିଶାରେ ଅଛନ୍ତି । ସେ ବିଚ୍ ରାସ୍ତାରେ ଗୋଟିଏ କାର ଆଗରେ ଠିଆ ହୋଇଯିବା ସହ ଗାଡିଟିକୁ ପଛକୁ ଠେଲିବାରେ ଲାଗିଥିଲେ । ପୋଲିସକର୍ମୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସାଥୀ କନଷ୍ଟେବଳ ତାଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନେକ ଚେଷ୍ଟା ପରେ କି କିଛି ସୁଫଳ ମିଳିନଥିଲା ।

ପୋଲିସକର୍ମୀଙ୍କ ଏଭଳି ଆଚରଣ ଦେଖି ଘଟଣାସ୍ଥଳରେ ଅନେକ ଲୋକ ଜମା ହୋଇଥିଲେ । ସେହି ସମୟରେ କେହି ଜଣେ ଏହାର ଭିଡିଓ କରିଥିଲେ, ଯାହାକି ପରେ ଭାଇରାଲ ହୋଇଗଲା । କିନ୍ତୁ ଭିଡିଓଟି କେଉଁଠିକାର ଓ କେବେ ସୁଟିଂ ହୋଇଥିବା, ଜାହା ଜଣାପଡିନାହିଁ ।

 

View this post on Instagram

 

A post shared by ?comedian? (@funny_reel_video_)

 

Get real time updates directly on you device, subscribe now.