fbpx

୧୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଫିଲ୍ମ ସିଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଯମୁନା ଅଥୋରିଟି କ୍ଷେତ୍ରରେ ପ୍ରସ୍ତାବିତ ଫିଲ୍ମ ସିଟି ପାଇଁ ସିବିଆରଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଡିିଆରରେ ଯୋଗୀ ସରକାର ମୋହର ମାରିଛନ୍ତି । ଏକ ହଜାର ଏକର ଜମିରେ ଫିଲ୍ମ ସିଟି ନିର୍ମାଣ ହେବ । ଫିଲ୍ମ ସିଟି ନିର୍ମାଣରେ ପ୍ରାୟ ୫୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଜମିରେ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ମୋଟ ୧୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଫିଲ୍ମ ସିଟି ପ୍ରସ୍ତୁତ ହେବ । ଯମୁନା ଅଥୋରିଟି ସିଇଓ ଡାକ୍ତର ଅରୁଣବୀର ସିଂହ କହିଛନ୍ତି ଯେ ଫିଲ୍ମ ସିଟି ୩ଟି ଫେଜରେ ନିର୍ମାଣ ହେବ । ପ୍ରଥମ ଫେଜ ୩୭୬ ଏକର ଜମିରେ ନିର୍ମାଣ ହେବ । ଯୋଗୀ ଆଦିତ୍ୟନାଥ ସରକାର ଫିଲ୍ମ ସିଟିର ଊଚଜ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ଓ ଫାଇନାନସିଲ ମଡେଲରେ ମୋହର ମାରିଛନ୍ତି ।

Get real time updates directly on you device, subscribe now.