fbpx

ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହେଲା ଦିଲ୍ଲୀ, ଫୋର୍ବସ୍ ତାଲିକାରେ ମଣ୍ଡନ କଲା ପ୍ରଥମ ସ୍ଥାନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାରେ ବିଶ୍ୱର ଏକ ନମ୍ବର ନଗରୀ ହୋଇଛି । ଏହା କ୍ରମରେ ଦିଲ୍ଲୀ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱର ୧୫୦ଟି ନଗରୀ ଉପରେ ବିଶ୍ଳେଷଣ କରାଯାଇଥିଲା । ଆଉ ଏଥିରୁ ଜଣାପଡ଼ିଛି ଯେ, ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ବର୍ଗମାଇଲ ପିଛା ୧,୮୨୬.୬ଟି କ୍ୟାମେରା ଲାଗିଛି। ଏହି ତାଲିକାରେ ତିନି ନମ୍ବର ସ୍ଥାନ ଦଖଲ କରିଛି ଚେନ୍ନାଇ, ଯେଉଁଠି ବର୍ଗମାଇଲ ପିଛା ୬୦୯.୯ଟି କ୍ୟାମେରା ଲାଗିଛି। ସେହିପରି ମୁମ୍ବାଇରେ ବର୍ଗମାଇଲ ପିଛା ୧୫୭.୪ଟି କ୍ୟାମେରା ଲାଗିଥିବା ବେଳେ ଫୋର୍ବସ ତାଲିକାରେ ଏହା ୧୮ତମ ସ୍ଥାନରେ ରହିଛି।

ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରି ସିସିଟିଭି କ୍ୟାମେରା ଲଗାଇବାରେ ଦିଲ୍ଲୀ ସାଙ୍ଘାଇ, ନ୍ୟୁୟର୍କ ଓ ଲଣ୍ଡନ ପରି ନଗରୀକୁ ଟପିଯାଇଥିବାରୁ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଛନ୍ତି। କ୍ୟାମେରା ଲଗାଇବା ମିସନରେ କାର୍ୟ୍ୟ କରୁଥିବା ଅଫିସର ଓ ଇଂଜିନିୟରମାନଙ୍କୁ ବି ସେ କମ୍ ସମୟ ଭିତରେ ଏହି ସଫଳତା ପାଇଁ ବଧେଇ ଜଣାଇଛନ୍ତି। ଦିଲ୍ଲୀ ଚୀନର ସହରକୁ ବି ଏହି ମାମଲାରେ ପଛରେ ପକାଇଛି । ଚୀନର କିଛି ସହର ଯେପରି ସେଞ୍ଝେନ (୫୨୦.୧), ଉକ୍ସି (୪୭୨.୭), କିଙ୍ଗଡାଓ (୪୧୫.୮) ଓ ସାଙ୍ଘାଇ (୪୦୮.୫)। ଲଣ୍ଡନ (୧,୧୩୮.୫), ସିଙ୍ଗାପୁର (୩୮୭.୬), ନ୍ୟୁୟର୍କ (୧୯୩.୭) ଓ ମସ୍କୋ (୨୧୦) ପ୍ରଭୃତି ପୃଥିବୀର ବଡ଼ ବଡ଼ ନଗରୀକୁ ବି ଦିଲ୍ଲୀ ଟପିଯାଇଛି।

Get real time updates directly on you device, subscribe now.