fbpx

କାବୁଲ ବିସ୍ଫୋରଣ: ୧୨ ଆମେରିକୀ ସେନାଙ୍କ ସମେତ ୭୨ ଜଣ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗତକାଲି କାବୁଲ ଏୟାରପୋର୍ଟରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଯେଉଁଥିରେ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହା ଭିତରେ ଆମେରିକା କହିଛି ଯେ, ଏହି ଆତଙ୍କୀ ହମଲାରେ ତାଙ୍କର େ୧୨ ଜଣ ସେନାଙ୍କ ପ୍ରାଣ ଯାଇଛି । ଏହା ସହିତ ୧୮ ଜଣଙ୍କ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ଏହି ବଡ଼ ଧରଣର ଆତଙ୍କୀ ହମଲାରେ ୭୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଶତାଧିକ ଲୋକଙ୍କ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍ ନିଜକୁ ଦାୟୀ କରିଛି। ଏପରି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ କରିବ ବୋଲି ସଂଗଠନ ଧମକ ଦେଇଛି। ଏହି ଆକ୍ରମଣକୁ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ତାଲିବାନ ମଧ୍ୟ ଏହାର ନିନ୍ଦା କରିଛି।

ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ଆମେ କେବେ ବି ସେମାନଙ୍କୁ କ୍ଷମା କରିବୁ ନାହିଁ । ଏହି ଘଟଣଶକୁ କେବେ ବି ଭୁଲିବୁ ନାହିଁ । ନିଶ୍ଚିତ ରୂପେ ଆମେ ଏହାର ପ୍ରତିଶୋଧ ନେବୁ । ଏହି ଆତଙ୍କୀ ହମଲା କରିଥିବା ଆଇଏସ୍ ବିଶେେ ରୂପରେ ଆମେରିକୀ ମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା କୁହାଯାଉଛି ।

Get real time updates directly on you device, subscribe now.