fbpx

ଡ୍ରଗ୍ସ ଲିଙ୍କ ମାମଲା: ସାଉଥ୍‌ ଅଭିନେତ୍ରୀ ରାକୁଲ ପ୍ରୀତଙ୍କ ସମେତ ୧୦ ଜଣଙ୍କୁ ଇଡିର ସମନ

ମୁମ୍ବାଇ (ଭାସ୍କର ନ୍ୟୁଜ) : ଡ୍ରଗ୍ସ ଲିଙ୍କ ମାମଲାରେ ଫସିଛନ୍ତି ସାଉଥ୍‌ ଅଭିନେତ୍ରୀ । ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା ଦଗ୍ଗୁବାତୀ, ରବି ତେଜା ଏବଂ ପୁରୀ ଜଗନ୍ନାଥଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଋଊ) । ତେଲୁଗୁ ଚଳଚିତ୍ରର ଆଗ ଧାଡିର ଅଭିନେତା ତଥା ବଲିଉଡ ଅଭିନେତାଙ୍କୁ ମଧ୍ୟ ସମନ ଜାରି କରିଛି ଇଡି । ରକୁଲ ପ୍ରୀତି ସିଂହଙ୍କୁ ସେପ୍ଟେମ୍ବର ୬ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ହାଜର ହେବାକୁ ନୋଟିସ ଜାରି ହୋଇଛି ।

ଅଭିନେତା ରବି ତେଜା,ରାଣା ଦଗୁବାତୀଙ୍କ ସମେତ ୧୦ ଜଣ କଳାକାରଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି । ସେଥିରେ ରାକୁଲଙ୍କୁ ସେପ୍ଟେମ୍ବର ୬, ରାଣା ଦଗୁବାତୀଙ୍କୁ ସେପ୍ଟେମ୍ବର୮, ରବି ତେଜାଙ୍କୁ ସେପ୍ଟେମ୍ବର
୯ ତାରିଖରେ ହାଇଦ୍ରାବାଦସ୍ଥିତ ଇଡି ଅଫିସ୍‌କୁ ଡକାଯାଇଛି । ଟଲିଉଡ୍‌ର ପ୍ରମୁଖ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କୁ ସେପ୍ଟେମ୍ବର୩୧ ତାରିଖରେ ହାଜର ହେବାକୁ କୁହାଯାଇଛି ।

ଚନାଥାଉକି, ୨୦୧୭ ମସିହାରେ ତେଲଙ୍ଗାନାର ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ଡ୍ରଗ୍‌ସ ଜବତ କରିବା ପରେ ୧୨ଟି ମାମଲା ରୁଜୁ କରିଥିଲା । ସେଥିମଧ୍ୟରୁ ୧୧ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଥିଲା । ପରେ ବେଆଇନ୍‌ ଟଙ୍କା କାରବାର
ସଂପର୍କରେ ସୂଚନା ମିଳିବା ପରେ ଇଡି ମାମଲାର ତଦନ୍ତକୁ ହାତକୁ ନେଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୩୦ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.