fbpx

ଭାରତର ଥିବା ଏହି ଚୀନ୍ କାଳୀ ମନ୍ଦିରରେ ଲାଗିଥାଏ ନୁଡଲ୍ସ-ଚିପ୍ସ ଭୋଗ, ଜାଣନ୍ତୁ ଏହାର ଚମତ୍କାରୀ କାରଣ

ସାଧାରଣତଃ ମନ୍ଦିରଗୁଡିକରେ ଭଗବାନଙ୍କୁ ଲଡୁ-ପେଡା, ମିଠା ଆଦି ଭୋଗ କରାଯାଏ । କିନ୍ତୁ ଆମ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ଭଗବାନଙ୍କୁ ଚାଇନିଜ୍ ଖାଦ୍ୟ ଭୋଗରେ ଦିଆଯାଏ । ଏହା ପରେ ନୁଡଲ୍ସ ଓ ଚିପ୍ସ ପ୍ରସାଦକୁ ଲୋକଙ୍କମାନଙ୍କ ମଧ୍ୟରେ ବଣ୍ଟାଯାଏ । ମା’ କାଳୀଙ୍କ ଏହି ମନ୍ଦିରରେ ଏପରି ଅଦ୍ଭୁଦ ପ୍ରସାଦ ଚଢ଼ାଇବା ପଛରେ ରହିଛି ଏକ ଚମତ୍କାରୀ କାହାଣୀ ।

ତେବେ ଦେବୀ ମା’ଙ୍କୁ ନୁଡଲ୍ସ ଓ ଚିପ୍ସ ଭୋଗରେ ଦିଆଯାଉଥିବା ମନ୍ଦିର କୋଲକାତାର ଟଙ୍ଗରା ଅଞ୍ଚଳରେ ରହିଛି । ଏହି ଅଞ୍ଚଳ ଚାଇନା ଟାଉନ୍ ନାମରେ ବେଶ୍ ପ୍ରସିଦ୍ଧ ଥିବା ବେଳେ ଏହି ମନ୍ଦିର ଏକ ଗଳିରେ ରହିଛି । ତିଦ୍ଦତୀୟ ଶୈଳୀର ଏହି ଐତିହାସିକ ଗଳିରେ ପୁରୁଣା କୋଲକାତା ଓ ପୂର୍ବ ଏସିଆର ସୁନ୍ଦର ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଥାଏ ।

ଏହି ମନ୍ଦିରରେ ମା’ଙ୍କୁ ଚାଇନିଜ୍ ଭୋଗ ଚଢ଼ାଇବା ସହ ପୂର୍ବ ପାଇଁ ଚାଇନାର ଧୂପକାଠିର ବ୍ୟବହାର ହୋଇଥାଏ । ଜଣେ ବଙ୍ଗାଳୀ ପୂଜାରିଙ୍କ ଦ୍ୱାରା ମନ୍ଦିରର ପୂଜା ହୋଇଥାଏ ଓ ଖରାପ ଆତ୍ମଠାରୁ ଦୂରେଇ ରଖିବା ପାଇଁ ହାତରେ ପ୍ରସ୍ତୁତ କାଗଜକୁ ପୋଡାଯାଏ । ଏହି କାଳୀ ମନ୍ଦିର ପ୍ରାୟ ୨୦ ବର୍ଷ ପୂର୍ବେ ଚୀନ୍ ଓ ବଙ୍ଗାଳୀ ଲୋକଙ୍କ ଦାନରୁ ନିର୍ମାଣ କରାଯାଇଥିଲା । ମନ୍ଦିର ହେବା ପୂର୍ବରୁ ୬୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗଛକୁ ଚୀନ୍ ଦେବୀ ଭାବେ ହିନ୍ଦୁମାନଙ୍କ ଦ୍ୱାରା ପୂଜା କରାଯାଉଥିଲା ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅନେକ ବର୍ଷ ପୂର୍ବେ ଜଣେ ଚାଇନିଜ୍ ବାଳକ ଗୁରୁତର ଭାବେ ରୋଗାଗ୍ରସ୍ତ ହୋଇଥିଲା । ୧୦ ବର୍ଷର ଏହି ବାଳକ ଉପରେ କୌଣସି ଚିକିତ୍ସା ସଫଳ ହେଉନଥିଲା । ଦିନେ ବାଳକର ମାତା-ପିତା ପୁଅକୁ ସେହି ଗଛ ମୂଳେ ଶୁଆଇ ଦେଇଥିଲେ ଓ ଦେବୀ ମା’ଙ୍କୁ ପ୍ରାର୍ଥନା କରିଥିଲେ । ଚମତ୍କାର ଭାବେ ପୁଅ ଠିକ୍ ହୋଇଗଲା । ଏହା ପରେ ହିନ୍ଦୁମାନଙ୍କ ସହ ଚୀନ୍ ଲୋକମାନଙ୍କ ପାଇଁ ଏହି ମନ୍ଦିର ଆସ୍ଥାର ପ୍ରତୀକ ହୋଇଗଲା । ଚୀନ ଲୋକମାନେ ମନ୍ଦିରକୁ ଆସିବା ସହ ନିଜ ସଂସ୍କୃତି ହିସାବରେ ମା’ଙ୍କୁ ଭୋଗ ଚଢ଼ାଇବାରେ ଲାଗିଲେ ।

Get real time updates directly on you device, subscribe now.