fbpx

ସିଦ୍ଧୁଙ୍କୁ ଝଟକା: ଇସ୍ତଫା ଦେଲେ ମାଲବିନ୍ଦର ମାଲି; କଶ୍ମୀରକୁ ନେଇ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଳୀ: କଂଗ୍ରେସ ହାଇକମାଣ୍ଡରଙ୍କ ପକ୍ଷରୁ ମାଲବିନ୍ଦର ସିଂଙ୍କୁ ଦଳରୁ ହଟାଇବା ପାଇଁ ପରୋକ୍ଷରେ ନବଜୋତ ସିଂ ସିଦ୍ଧୁଙ୍କୁ କୁହାଯାଇଥିଲା । କାଶ୍ମୀର ଓ ଇନ୍ଦିରା ଗାନ୍ଧିଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ମାଲବିନ୍ଦର ସିଂ ମାଲି ତାଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ସମୟରେ ମାଲବିନ୍ଦର କହିଛନ୍ତି ଯେ, ଯଦି ତାଙ୍କ ଉପରେ କିଛି ଆକ୍ରମଣ ହୁଏ ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂ, ଅକାଳି ଦଳର ନେତା ସୁଖବିନ୍ଦର ସିଂ ବାଦଲ, କଂଗ୍ରେସ ଏମପି ମନିଷ ତିୱାରି, ବିକ୍ରମ ମଜିଠିୟା, ଭାଜପା ନେତା ସୁଭାଷ ଶର୍ମା ଓ ଆପ ନେତା ରାଘବ ଚଢା ଆଦି ଦାୟୀ ରହିବେ । ସୂଚନା ଅନୁସାରେ ମାଲବିନ୍ଦର ସୋସିଆଲ ମିଡିଆରେ କାଶ୍ମୀରକୁ ନେଇ ଭାରତ ବିରୋଧୀ ଲେଖିବା ସହ ଇନ୍ଦିରା ଗାନ୍ଧିଙ୍କ ଫଟୋ ସେୟାର କରିଥିଲେ ।

ନଭଜୋତ ସିଂ ସିଦ୍ଧୁଙ୍କ ୪ ଜଣ ପରାମର୍ଶଦାତାଙ୍କ ମଧ୍ୟରୁ ଜଣେ ରହିଥିବା ମଲି ଏଭଳି ବୟାନ ଦେଇଥିଲେ । ମଲି ଲେଖିଥିଲେ କଶ୍ମୀର ଏକ ସ୍ୱତନ୍ତ୍ର ଦେଶ । ଉଭୟ ଭାରତ ଏବଂ ପାକିସ୍ତାନ ଅନୈତିକ ଉପାୟରେ କଶ୍ମୀର ଉପରେ କବଜା କରିଛନ୍ତି । ଏହି ଦେଶ କଶ୍ମୀରର ଜନସାଧାରଣଙ୍କ ବୋଲି ମଲି ଟ୍ୱିଟ୍ କରିଥିଲେ ।

Get real time updates directly on you device, subscribe now.