fbpx

କେରଳରେ କରୋନା ବିସ୍ଫୋରଣ: ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୨ହଜାର ୮୦୧ ଜଣ ନୂଆ ପଜିଟିଭ, ଓନାମ ପର୍ବ ପରେ ବଢ଼ିଲା ସଂକ୍ରମଣ

AAKASH

କେରଳ ୨୭/୦୮: କେରଳରେ କରୋନା ବିସ୍ଫୋରଣ ଘଟିଛି। ପୁଣି ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୮୦୧ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୭୯ ଜଣଙ୍କ ଜୀବନ ନେଇଛି ପ୍ରାଣଘାତି କରୋନା। ସେହିଭଳି ୧୮ ହଜାର ୫୭୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂକ୍ରମଣ ବୃଦ୍ଧି କୋଭିଡ କଟକଣା କୋହଳ ହେବା ପରେ ବଢ଼ୁଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ଆଶଙ୍କା କରିଛନ୍ତି।

କେରଳା ସ୍ବାସ୍ଥ୍ୟ ବିଭାଗ ମୁତାବିକ, ରାଜ୍ୟ ପୁଣି ଆକ୍ରାନ୍ତଙ୍କ ବଢ଼ିଛି। କୋଭିଡ଼ ସଂକ୍ରମଣ ହାର ୧୯.୨୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ରାଜରେ ୧,୯୫୨୫୪ ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୩୭,୩୦,୧୯୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେହିଭଳି ୨୦ ହଜାର ୩୧୩ ଜଣ ସଂକ୍ରମିତ ରୋଗୀ ଜୀବନ ନେଇ ଘାତକ କରୋନା ।

 

ସୂଚନା ମୁତାବିକ, କେରଳରେ ଗୁରୁବାର ଦିନ ୩୦.୦୦୭ ଜଣ, ବୁଧବାର ଦିନ ୩୧,୪୪୫ ଜଣ, ମଙ୍ଗଳବାର ଦିନ ୨୪,୨୯୬ ଜଣ ଏବଂ ସୋମବାର ଦିନ ୧୩ ହଜାର ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଦେଶର ଚିହ୍ନଟ ହୋଇଥିବା ମୋଟ କୋଭିଡ-୧୯ର ସଂକ୍ରମିତଙ୍କ ମଧ୍ୟରୁ କେରଳାରେ ୫୮.୪ % ମାମଲା ସାମ୍ନାକୁ ଆସିଥିବା ନେଇ କେନ୍ଦ୍ର ସରକାର ଗୁରୁବାର ଦିନ କହିଥିଲେ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ ଯେ, ଓନାମ ପର୍ବ ପରେ ରାଜ୍ୟରେ ପରୀକ୍ଷା କ୍ଷେତ୍ରରେ ସଂକ୍ରମଣ ହାର (ଟିପିଆର) ୨୦ ପ୍ରତିଶତରୁ ଅଧିକ ହୋଇପାରେ ଏବଂ ସଂକ୍ରମଣ ମାମଲା ମଧ୍ୟ ବୃଦ୍ଧି ପାଇବ। ସେହିଭଳି କେରଳର ବକରିଦ୍ ପର୍ବ ପରେ, ଜୁଲାଇ ୨୭ ରୁ ପ୍ରାୟ ୧୫୦୦୦ କିମ୍ବା ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି | ବକରିଦ୍ ସମୟରେ ସରକାର କୋଭିଡ ସହ ଜଡିତ କଟକଣାକୁ କିଛି ଦିନ ପାଇଁ କୋହଳ କରିଥିଲେ।

Get real time updates directly on you device, subscribe now.