fbpx
BJD SKY
BJD SKY

ଗୁପ୍ତାଙ୍ଗ ଚଟେଇ ସ୍ୱାମୀକୁ ହଟେଇବାର ଯୋଜନା; ମାତ୍ର ଓଲଟିଗଲା ବାଜି

BJD

ନୂଆଦିଲ୍ଲୀ: ବ୍ରାଜିଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀକୁ ଜୀବନରୁ ମାରିବା ପାଇଁ ସ୍ତ୍ରୀ ଏମିତି ଯୋଜନା କରିଥିଲା କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ମହିଳା ଜଣକ ସ୍ୱାମୀକୁ ହତ୍ୟା କରିବା ପାଇଁ ନିଜ ଗୁପ୍ତାଙ୍ଗରେ ବିଷ ବୋଳି ଦେଇଥିଲେ । ମହିଳାଙ୍କ ସ୍ୱାମୀ ବିଷର ବାସ୍ନା ଜାଣି ବଞ୍ଚି ଯାଇଥିବା ବେଳେ ମହିଳା ଜଣଙ୍କ ଅବସ୍ଥା କିନ୍ତୁ ସାଂଘାତିକ ହୋଇ ଯାଇଥିଲା । ମହିଳାଙ୍କ ପତିଙ୍କୁ ଅପ୍ରାକୃତିକ ଯୌନକ୍ରିୟା ପସନ୍ଦ ଥିବା ବେଳେ ଏହାକୁ ନେଇ ହତ୍ୟା କରିବାର ଯୋଜନା କରିଥିଲେ ମହିଳା ।

ମହିଳା ଜଣଙ୍କ ନିଜ ଗୁପ୍ତାଙ୍ଗରେ ଏକ ଭୟଙ୍କର ବିଷ ବୋଳି ଦେଇଥିଲେ । ମାତ୍ର ପତିଙ୍କର ସନ୍ଦେହ ଆସିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିଷର ଗନ୍ଧରୁ ଯୁବକଙ୍କ ସନ୍ଦେହ ବଢିଥିଲା । ପତ୍ନୀ ଯେତେବେଳେ ଓରାଲ ସେକ୍ସ ପାଇଁ ବାଧ୍ୟ କରିଥିଲେ ଯାହା ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା । ଏହାପରେ ପତ୍ନୀକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଞ୍ଚ କରିବା ପରେ ପ୍ରାଇଭେଟ ପାର୍ଟରୁ ବିପୁଳ ପରିମାଣରେ ବିଷାକ୍ତ ପଦାର୍ଥ ମିଳିଥିଲା । ଏପରିକି ଏହି ବିଷକ୍ରିୟାର ପ୍ରଭାବ ମହିଳାଙ୍କ ଶରୀରରେ ମଧ୍ୟ ହୋଇଥିଲା । ଆଉ ଟିକିଏ ବିଳମ୍ବ ହୋଇଥିଲେ ମହିଳା ଜଣଙ୍କ ମଧ୍ୟ ପ୍ରାଣ ହରାଇଥାନ୍ତେ ବୋଲି ଡାକ୍ତର କହିଛନ୍ତି । ସ୍ୱାମୀ ଡିଭୋର୍ସ ଦେଉନଥିବାରୁ ସେ ଏଭଳି ପଦକ୍ଷେପ ନେଲେ ବୋଲି ପୁଲିିସର ପଚରା ଉଚୁରା ସମୟରେ ମହିଳା ପ୍ରକାଶ କରିଛନ୍ତି । ୪୩ ବର୍ଷୀୟ ପତିଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ପତି ଏହା କରାଇ ଦେଉନଥିଲେ ବୋଲି ମହିଳା ଜଣକ କହିଛନ୍ତି ।

Get real time updates directly on you device, subscribe now.