fbpx

ମୁଁ ରାଷ୍ଟ୍ରପତି ଥିଲେ କାବୁଲ ଆକ୍ରମଣ ହୋଇ ନଥାନ୍ତା: ଟ୍ରମ୍ପ

ନୂଆଦିଲ୍ଲୀ: କାବୁଲ ଆକ୍ରମଣର ଗୋଟିଏ ଦିନ ପରେ ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନଙ୍କ ଉପରକୁ ଶାଣିତ ଆକ୍ରମଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ମୁଁ ରାଷ୍ଟ୍ରପତି ଥିଲେ ଏହି ଆକ୍ରମଣ କେବେବି ସମ୍ଭବ ହୋଇ ନଥାନ୍ତା । ଏହି ଦୁଃଖଦ ଘଟଣା ଆଦୌ ଘଟିନଥାନ୍ତା ବା ଏଡାଇ ଦିଆ ଯାଇ ପାରିଥାନ୍ତା ଯଦି ମୁଁ ଆପଣଙ୍କ ରାଷ୍ଟ୍ରପତି ରହିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଏସଆଇଏସ୍ ପକ୍ଷରୁ କରାଯାଇଥିବା ସିରିଜ ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ରୁ ଅଧିକ ଯବାନ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୧୨ ଜଣ ମେରିନ ଏବଂ ଜଣେ ନୌସେନା ଡାକ୍ତର ରହିଛନ୍ତି ।

ଆଫଗାନିସ୍ତାନରେ ନିଜର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏହି ବୀର ଯବାନ ମାନେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇ ଶହିଦ ହୋଇଛନ୍ତି । ଦେଶ ପାଇଁ ଏହି ଯବାନ ମାନେ ଶହୀଦ ହୋଇଛନ୍ତି । ଆମେରିକାର ହିରୋ ଭାବରେ ଏହି ଯବାନ ମାନେ ପ୍ରାଣବଳି ଦେଇଥିବା ବେଳେ ଦେଶ ଏହି ବଳିଦାନକୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ଟ୍ରମ୍ପ କହିଛନ୍ତି । ଗୁରୁବାର ହୋଇଥିବା ସିରିଜ ବିସ୍ଫୋରଣରେ ୧୦୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୪୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଆଫଗାନ ମାଟିରୁ ନିଜର ସେନା ପ୍ରତ୍ୟାହାର କରିବା ପରେ ଅଗଷ୍ଟ ୧୫ ତାରିଖରେ ଶାସନ କ୍ଷମତା ଦଖଲ କରିଥିଲା ତାଲିବାନ ।

Get real time updates directly on you device, subscribe now.