fbpx
BJD SKY
BJD SKY

ପତ୍ର ଓ କୀଟ ମଧ୍ୟରେ ଫରକ ଜାଣି ପାରିବେନି; ଦେଖନ୍ତୁ ଭାଇରାଲ ଭିଡିଓ

BJD

ନୂଆଦିଲ୍ଲୀ: ଆପଣ ସାଧାରଣତଃ ପତ୍ର ଓ କୀଟ ମଧ୍ୟରେ ଫରକ ଜାଣି ପାରୁଥିବେ । ତେବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଆପଣ ମଧ୍ୟ କନଫ୍ୟୁଜ ହୋଇଯିବେ । ଏହି ଭିଡିଓରେ ଫିଲିୟମ୍ ଜାଇଗାନେଟମ୍ ପ୍ରଜାତିର କୀଟଟିକୁ ଦେଖିବାକୁ ମିଳିଛି । ଏହି କୀଟଟି ପତ୍ର ଆକାରର ହୋଇଥିବା ବେଳେ ଏହାକୁ ଦେଖିଲେ ଆପଣ ଫରକ ବାରି ପାରିବେ ନାହିଁ ।

ସାଇନ୍ସ ନାମକ ଇନଷ୍ଟାଗ୍ରାମ ଆଇଡିରୁ ଏହି ଭିଡିଓଟି ଶେୟାର କରାଯାଇଥିଲା । କୀଟଟି ସବୁଜ ରଙ୍ଗର ହୋଇଥିବା ବେଳେ ଏଥିରେ ଧୂସର ପ୍ୟାଚ ରହିଥିବାରୁ ଏହା ସମସ୍ତଙ୍କୁ ଅଧିକ କନଫ୍ୟୁଜ କରୁଛି । ଏହି କୀଟ ପ୍ରଜାତିର ମହିଳା ମାନେ ୧୦ ସେମି ଯାଏଁ ବଢିଥାନ୍ତି । ଏହି କୀଟର ଭିଡିଓକୁ ଇନଷ୍ଟାଗ୍ରାମରେ ବେଶ ପସନ୍ଦ କରାଯାଇଛି ।

 

View this post on Instagram

 

A post shared by Science by Guff ? (@science)

Get real time updates directly on you device, subscribe now.