fbpx

United ସହିତ ଯୋଡି ହେବେ CR7; ମିଳିବ ୨୧୬ କୋଟି ଟଙ୍କା

ନୂଆଦିଲ୍ଳୀ: ନିଜର ପୁରାତନ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ଆଉଥରେ ଯୋଡି ହେବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ(ସିଆର-୭) । ପର୍ତ୍ତୁଗାଲ ଅଧିନାୟକ ରୋନାଲ୍ଡୋ ଏବଂ ଜୁଭେଣ୍ଟସ ମଧ୍ୟରେ ଚୁକ୍ତି ଶେଷ ହୋଇଥିବା ବେଳେ ମାଞ୍ଚେଷ୍ଟରଙ୍କ ସହିତ ନୂତନ ଡିଲ ସାଇନ କରିଛନ୍ତି ରୋନାଲ୍ଡୋ । ଏହି ଚୁକ୍ତି ଅନୁଯାୟୀ ରୋନାଲ୍ଡୋଙ୍କୁ ୨୫ ମିଲିୟନ ୟୁରୋ ବା ଭାରତୀୟ ମୁଦ୍ରାରେ ୨୧୬ କୋଟି ଟଙ୍କାରେ ସାଇନ୍ କରିଛି କ୍ଲବ । ତେବେ ଏହି ଚୁକ୍ତିର ସମୟସୀମା ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ମାଞ୍ଚେଷ୍ଟର ସିଟି ସହିତ ରୋନାଲ୍ଡୋଙ୍କ ମ୍ୟାନେଜର ଆଲୋଚନା କରିଥିବା ନେଇ ଖବର ପ୍ରକାଶ ପାଇଥିଲା ।

୨୦୦୩ରୁ ୨୦୦୯ ମଧ୍ୟରେ ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ ଖେଳିଥିଲେ । ଏହି ସମୟରେ ରୋନାଲ୍ଡୋ କ୍ଲବ ପକ୍ଷରୁ ୧୯୬ଟି ମ୍ୟାଚ ଖେଳି ୮୪ଟି ଗୋଲ ସ୍କୋର କରିଥିଲେ । ୨୦୦୯-୧୮ ଯାଏଁ ରିଅଲ ମାଦ୍ରିଦ ପକ୍ଷରୁ ଖେଳିଥିବା ରୋନାଲ୍ଡୋ ୨୦୧୮ରୁ ଜୁଭେଣ୍ଟସ ପାଇଁ ଖେଳୁଥିଲେ । ୫ଥର ବାଲନ ଡି ଓର ଜିତିଥିବା ରୋନାଲ୍ଡୋ ନିଜର ପ୍ରଥମ ବାଲନ ଡି ଓର ମାଞ୍ଚେଷ୍ଟର ୟୁନାଇଟେଡ ପକ୍ଷରୁ ଖେଳୁଥିବା ବେଳେ ହାସଲ କରିଥିଲେ । ୬ଟି ସିଜିନ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ବିତାଇଥିବା ରୋନାଲ୍ଡୋ ୮ଟି ମେଜର ଟ୍ରଫି ମଧ୍ୟ ହାସଲ କରିଛନ୍ତି ।

Get real time updates directly on you device, subscribe now.