fbpx

IPS ଅମିତାଭ ଠାକୁର ଗିରଫ, ବଳପୂର୍ବକ ଉଠାଇନେଲା ପୋଲିସ୍ । ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ସୁପ୍ରିମକୋର୍ଟ ବାହାରେ ପୀଡିତାଙ୍କ ଆତ୍ମହତ୍ୟା କରିବା ମାମଲାରେ ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଗତ ମାର୍ଚ୍ଚ ମାସରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବାଧ୍ୟତାମୂଳକ ଅବସର ନେଇଥିବା ଆଇପିଏସ ଅମିତାଭଙ୍କୁ ବଳପୂର୍ବକ ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇଛି ପୋଲିସ । ସୁପ୍ରିମକୋର୍ଟ ଆଗରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ଅମିତାଭଙ୍କୁ ଗିରଫ କରି ନେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ପୋଲିସର କେତେକ ଯବାନ ଓ ଅଧିକାରୀ ନଜର ଆସିଛନ୍ତି । ସେମାନେ ଜୋର୍ ଜବରଦସ୍ତ ଅମିତାଭ ଠାକୁରଙ୍କୁ ଗାଡ଼ିରେ ଭର୍ତ୍ତି କରି ନେଉଥିବାର ଦେଖିବାକୁ ମିଳିଛି । ଗାଡ଼ିରେ ବସିବା ସମୟରେ ଅମିତାଭ ପୋଲିସର ବିରୋଧ କରିବା ସହିତ ମୁଁ ଯିବିନି ବୋଲି କହୁଥିଲେ ।

ତେବେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ ଉପରେ ଦୁଷ୍କର୍ମ ପୀଡିତାଙ୍କୁ ଉସୁକାଇଥିବାର ଅଭିଯୋଗ କରାଯାଇଛି । ଦୁଷ୍କର୍ମ ପୀଡିତା ଓ ତାଙ୍କ ବନ୍ଧୁ ସୁପ୍ରିମକୋର୍ଟ ଆଗରେ ଆତ୍ମଦାହ କରିବା ସମୟରେ ଅମିତାଭଙ୍କ ଉପରେ ଅନେକ ଅଭିଯୋଗ କରିଥିଲେ । ମୃତ ପୀଡିତା ଜଣଙ୍କ ଅମିତାଭ ଠାକୁରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ଠାକୁରଙ୍କୁ ଏହି କାର୍ଯ୍ୟରେ ସହାୟତା କରିଥିବା ନେଇ ବିଏସପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ବି ଅଭିଯୋଗ ଆଣିଥିଲେ । ଆତ୍ମଦାହ କରିବାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ପ୍ରଥମେ ବନ୍ଧୁ ଓ ପରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.