fbpx

ଭବିନା ପଟେଲଙ୍କୁ ଐତିହାସିକ ରୌପ୍ୟ; ଭାରତର ପଦକ ଖାତା ଖୋଲିଲା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ଭବିନା ପଟେଲ । ଭବିନା କ୍ଲାସ-୪ ଟିଟି ଫାଇନାଲରେ ଚୀନର ୟିଙ୍ଗ ଝୋଉଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ଭବିନା । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ଏକତରଫା ହୋଇଥିବା ବେଳେ ଭବିନା ୩-୦ରେ ପରାଜିତ ହୋଇଥିଲେ ।

ଫାଇନାଲ ମୁକାବିଲାରେ ଝୋଉ ୧୧-୭, ୧୧-୫ ଓ ୧୧-୬ରେ ଭବିନାଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟରେ ଭବିନା ସାମାନ୍ୟ ସଂଘର୍ଷ କରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟକୁ ଚୀନ ଖେଳାଳି ଅନାୟାସରେ ଜିତି ନେଇଥିଲେ । ୟିଙ୍ଗ ଝୋଉ ନିଜ ସର୍ଭିସରୁ ୧୯ ପଏଣ୍ଟ ହାସଲ କରିଥିବା ବେଳେ ଭବିନା ୧୦ ପଏଣ୍ଟ ସ୍କୋର କରିଥିଲେ ।

Get real time updates directly on you device, subscribe now.