fbpx

ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲା: ତ୍ୱରିତ ଫଇସଲା ଆବେଦନ ଖାରଜ

କଟକ (ଭାସ୍କର ନ୍ୟୁଜ୍‌): କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଫଇସଲା ନିମନ୍ତେ ଅନୁଭବ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହିତ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି ।

କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଅଗ୍ରଗତି ହୋଇଥିବାରୁ ହାଇକୋର୍ଟ ଅନୁଭବଙ୍କ ଆବେଦନ ଯଥାର୍ଥ ନୁହେଁ ଦର୍ଶାଇ ମାମଲାର ପୂର୍ଣ୍ଣଛେଦ ପକାଇଛନ୍ତି । ଅପରପକ୍ଷରେ ଶୁକ୍ରବାର ଦିନ କଟକର ପାରିବାରିକ ଅଦାଲତରେ ଅନୁଭବ-ବର୍ଷା ବିବାହ ବିଚ୍ଛେଦ ମାମଲାରେ ଅନୁଭବ ଏଭିଡେନ୍‌ସ ପିଟିସନ୍‌ ଦାଖଲ କରିଛନ୍ତି । ଆସନ୍ତା ୩୧ ତାରିଖରେ ଏହି ମାମଲାର ଶୁଣାଣି ହେବ । ସୂଚନାଥାଉକି ବର୍ଷା ଓ ଅନୁଭବଙ୍କ ସହ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଆବେଦନ କରାଯାଇଥିଲାବେଳେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡପତ୍ର ଦେବାକୁ ଆବେଦନ କରାଯାଇଛି ।

Get real time updates directly on you device, subscribe now.