fbpx

କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଏହି ସୂଚନା ଦେଇଛନ୍ତି । ଗୁରୁବାର ହୋଇଥିବା ସିରିଜ ଆକ୍ରମଣରେ ୧୩ ଆମେରିକୀୟଙ୍କ ସମେତ ୧୬୯ ଜଣ ପ୍ରାଣ ହରାଇଥିଲେ ।

ପେଣ୍ଟାଗନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାବୁଲ ବିମାନ ବନ୍ଦରରେ ଆଉ ଏକ ବଡ ଧରଣର ଆକ୍ରମଣ ସମ୍ଭାବନା ରହିଛି । ବିଭିନ୍ନ ରାଷ୍ଟ୍ର ନିଜର ନାଗରିକଙ୍କୁ ନେଉଥିବା ବେଳେ ଆକ୍ରମଣ ଆଶଙ୍କା କଠିନ ପରସ୍ଥିତି ସୃଷ୍ଟି କରୁଛି ବୋଲି ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ ଜେନ ସାକି ପ୍ରକାଶ କରିଛନ୍ତି । ଏହା ସହିତ କାବୁଲ ଏୟାରପୋର୍ଟ ନିକଟରୁ ଦୂରରେ ରହିବା ପାଇଁ ଆମେରିକୀୟ ଦୂତାବାସ ପକ୍ଷରୁ ଏହାର ନାଗରିକ ମାନଙ୍କୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.