fbpx
BJD
BJD SKY
BJD SKY

ଏଣିକି PSLV ତିଆରି କରିବେ ଘରୋଇ କମ୍ପାନୀ: କଣ୍ଟ୍ରାକ୍ଟ ହାତେଇବା ପାଇଁ ଦୌଡରେ ଅଦାନୀ ଗ୍ରୁପ୍ ଓ ଲାର୍ସନ ଆଣ୍ଡ ଟର୍ବୋ ଭଳି ଅନେକ ସଂସ୍ଥା

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବ୍ୟତୀତ କୌଣସି ଘରୋଇ କମ୍ପାନୀ ନିର୍ମାଣ କରିବ ସ୍ପେସ୍‌ ଲଞ୍ଚ ହ୍ୱିକିଲ୍‌ । ଏବେ ଭାରତର ଘରୋଇ କମ୍ପାନୀ ତିଆରି କରିବେ ପୋଲାର ସାଟେଲାଇଟ୍‌ ଲଞ୍ଚ ହ୍ୱିକିଲ୍‌(ପିଏସ୍‌ଏଲ୍‌ଭ) । ଏ ନେଇ ବାହାରର କମ୍ପାନୀକୁ କଣ୍ଟ୍ରାକ୍ଟ ଦିଆଯାଉଛି ଏହି କଣ୍ଟ୍ରାକ୍ଟ ହାତେଇବା ପାଇଁ ଦୌଡରେ ଅଦାନୀ ଗ୍ରୁପ୍ ଓ ଲାର୍ସନ ଆଣ୍ଡ ଟର୍ବୋ(ଏଲଆଣ୍ଡଟି) ପରି କମ୍ପାନୀ ମଧ୍ୟ ସାମିଲ । ଏହା ବାଦ୍‌ ଆଉ କିଛି ସଂସ୍ଥା ଏହି ଡିଲ୍‌ ପାଇବା ପାଇଁ ଦୌଡରେ ଅଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପାଞ୍ଚଟି ଲଞ୍ଚ ହ୍ୱିକିଲ୍‌ ନିର୍ମାଣ ପାଇଁ ଏହି ଡିଲ୍‌ କରାଯିବ । ଏଥିାଇଁ ତିନୋଟି ସଂସ୍ଥା ଜୁଲାଇ ୩୦ରେ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌(ଏନଏସଆଇଏଲ) ଦ୍ୱାରା ଜାରି ଏକ ଆରଏଫପି ଜବାବରେ ନିଜର ବିଡ୍‌ ଲଗାଇଛନ୍ତି । ଦୌଡରେ ଭେଲ୍‌(ବିଏଚଇଏଲ) ମଧ୍ୟ ରହିଛି । ଏନଏସଆଇଏଲ ପାଞ୍ଚ ପିଏସଏଲଭି ପାଇଁ ଏକ୍ସପେସନ ଅଫ ଇଣ୍ଟ୍ରେଷ୍ଟ(ଇଓଆଇ) ଘୋଷଣା କରିଥିଲା । ଏହା ପରେ ଅନେକ ସଂସ୍ଥା ଏଥିପ୍ରତି ରୁଚି ଦେଖାଇଛନ୍ତି । ଏନଏସଆଇଏଲର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ରାଧାକୃଷ୍ଣନ ଡି କହିଛନ୍ତି, ବୈଷେୟିକ ଓ ବଟ୍ରେ ମୂଲ୍ୟାଙ୍କନ ଜାରି ରହିଛି । ଦର ଧାର୍ଯ୍ୟ ହେବା ପରେ ଟେଣ୍ଟର ପ୍ରକ୍ରିୟା ଆରମ୍ଭ ହେବ । କୁହାଯାଉଛି ଏହି କଣ୍ଟ୍ରାକ୍ଟ ଚଳିତ ବର୍ଷ ଶେଷ ସୁଦ୍ଧା ଦିଆଯାଇ ପାରେ ।

Get real time updates directly on you device, subscribe now.